Door43-Catalog_or_tn/LUK/21/27.md

3.0 KiB

(ଭବିଷ୍ୟତ ବିଷୟରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହି ଆସୁଅଛନ୍ତି।)

ମନୁଷ୍ୟପୁତ୍ର

ଯୀଶୁ ଆପଣାକୁ ଦର୍ଶାଉଛନ୍ତି।

ମେଘରେ ଆଗମନ କରିବେ

ଏହା ଏହିପରି ଅନୁବାଦ କରାଯାଇପାରେ “ମେଘରେ ତଳକୁ ଆଗମନ କରୁଅଛନ୍ତି”।

ମହା ପରାକ୍ରମ ଓ ମହା ମହିମା ସହ

ଏହା ଏହିପରି ଅନୁବାଦ କରାଯାଇପାରେ “ପରାକ୍ରମପୂର୍ଣ୍ଣ ଭାବେ ଓ ଗୌରବପୂର୍ଣ୍ଣ ଭାବେ” କିମ୍ବା ଆଉ ସେ “ଆଉ ସେ ପରାକ୍ରମପୂର୍ଣ୍ଣ ଓ ଅତି ଗୌରବପୂର୍ଣ୍ଣ ହେବେ।” “ମହା ପରାକ୍ରମ” ଏଠାରେ ସମ୍ଭବତଃ ଜଗତକୁ ବିଚାର କରିବା ନିମନ୍ତେ ତାହାଙ୍କ ଅଧିକାରକୁ ଦର୍ଶାଏ। “ମହା ମହିମା” ହୋଇପାରେ ଏଠାରେ ଉଜ୍ଜ୍ୱଳମୟ ଆଲୋକକୁ ଦର୍ଶାଏ। ଈଶ୍ୱର ସମୟ ସମୟରେ ଆପଣାର ମହାନତାକୁ ଅତି ଉଜ୍ଜ୍ୱଳମୟ ଆଲୋକ ସଦୃଶ୍ୟ ଦେଖାନ୍ତି।

ଉର୍ଦ୍ଧ୍ଵଦୃଷ୍ଟି କର

ଏହା ଏହିପରି ଅନୁବାଦ କରାଯାଇପାରେ “ଆତ୍ମବିଶ୍ଵାସ ସହ ଉର୍ଦ୍ଧ୍ଵଦୃଷ୍ଟି କର”। ବେଳେବେଳେ ଯେବେ ଲୋକେ ଭୟଭୀତ ହୁଅନ୍ତି, ସେମାନେ ଦେଖା ଯିବାରୁ ଓ ହାନିରୁ ରକ୍ଷା ପାଇବା ନିମନ୍ତେ ମସ୍ତକ ନୁଆଁନ୍ତି। ଯେବେ ସେମାନେ ଅଧିକ ସମୟ ନିମନ୍ତେ ଭୟଭୀତ ହୁଅନ୍ତି ନାହିଁ, ସେମାନେ ଉର୍ଦ୍ଧ୍ଵଦୃଷ୍ଟି କରନ୍ତି।

ଆପଣା ମସ୍ତକ ଉତ୍ତୋଳନ କର

ଏହା ଏକ ରୂଢ଼୍ୟୋକ୍ତି ଅର୍ଥ ଅଟେ “ଉର୍ଦ୍ଦ୍ୱଦୃଷ୍ଟି କର” (ଦେଖନ୍ତୁ: ରୂଢ଼୍ୟୋକ୍ତି)। ଉର୍ଦ୍ଦ୍ୱଦୃଷ୍ଟି କରିବା ଦ୍ୱାରା, ସେମାନେ ଆପଣା ତ୍ରାଣକର୍ତ୍ତାଙ୍କୁ ଆପଣା ନିକଟକୁ ଆସୁଥିବା ଦେଖିପାରିବେ।

ଯେଣୁ ତୁମ୍ଭମାନଙ୍କର ମୁକ୍ତି ସନ୍ନିକଟ

ଏହା ଏହିପରି ଅନୁବାଦ କରାଯାଇପାରେ “ଯେଣୁ ତୁମ୍ଭମାନଙ୍କର ମୁକ୍ତିଦାତା ତୁମ୍ଭମାନଙ୍କ ନିକଟକୁ ଆସୁଅଛନ୍ତି” କିମ୍ବା “ଯେଣୁ ତୁମ୍ଭେମାନେ ଅତିଶିଘ୍ର ମୁକ୍ତି ପାଇବ।”