Door43-Catalog_or_tn/LUK/21/25.md

2.3 KiB
Raw Permalink Blame History

(ଭବିଷ୍ୟତ ବିଷୟରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହି ଆସୁଅଛନ୍ତି।)

ପୃଥିବୀରେ ଜାତିମାନଙ୍କ ମଧ୍ୟରେ କ୍ଲେଶ ଘଟିବ

ଏହା ଏହିପରି ଅନୁବାଦ କରାଯାଇପାରେ “ଜାତି ଜାତିର ଲୋକମାନଙ୍କ ଉପରେ କ୍ଲେଶ ଘଟିବ” କିମ୍ବା “ଜାତି ଜାତିର ଲୋକମାନେ ଉଦବିଗ୍ନ ହେବେ।”

ସମୁଦ୍ର ଓ ତରଙ୍ଗର ତର୍ଜନଗର୍ଜନ ହେତୁ ସେମାନେ ହତବୁଦ୍ଧି ହେବେ

“ସମୁଦ୍ର ଓ ଏହାର ତରଙ୍ଗର ତର୍ଜନଗର୍ଜନ ହେତୁ ସେମାନେ ବିଚଳିତ ହେବେ” କିମ୍ବା “ସମୁଦ୍ରର ଅତି ଉଚ୍ଚ ଚିତ୍କାର ଓ ଏହାର କୋଳାହଳକାରୀ ଗତି ହେତୁ ସେମାନେ ଭୟଭୀତ ହେବେ”। ଏହା ଏହିପରି ମନେ ହୁଏ ଯେ, ସମୁଦ୍ରରେ ହେଉଥିବା ଅସାଧାରଣ ଝଡ଼ ଓ ଘୋର ବିପତ୍ତିକୁ ଦର୍ଶାଏ।

ପୁଣି ଜଗତ ଉପରକୁ ଆସୁଥିବା ଘଟଣା ସବୁକୁ

“ଏହି ପୃଥିବୀରେ ଘଟିବାକୁ ଯାଉଥିବା ଘଟଣା ସବୁକୁ” କିମ୍ବା “ସେହି ବିଷୟଗୁଡ଼ିକ ଯାହା ଏହି ପୃଥିବୀକୁ ଘଟିବ”

ଆକାଶମଣ୍ଡଳର ଶକ୍ତିସମୂହ ବିଚଳିତ ହେବେ

“ଆକାଶମଣ୍ଡଳର ଶକ୍ତିଶାଳୀ ବସ୍ତୁଗୁଡ଼ିକ ଟଳମଳ ହେବେ।” ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) ଆକାଶମଣ୍ଡଳର ବସ୍ତୁଗୁଡ଼ିକ ଯେପରି ସୂର୍ଯ୍ୟ, ଚନ୍ଦ୍ର, ଓ ନକ୍ଷତ୍ରଗଣ ଆପଣା ସ୍ଵାଭାବିକ ପ୍ରକାରେ ଗତି କରିବେ ନାହିଁ। କିମ୍ବା ) ଆକାଶମଣ୍ଡଳର ଶକ୍ତିଶାଳୀ ଆତ୍ମାଗୁଡ଼ିକ ଯନ୍ତ୍ରଣା ଭୋଗିବେ। ପ୍ରଥମଟି ଗ୍ରାହଣୀୟ ଅଟେ।