Door43-Catalog_or_tn/LUK/21/23.md

2.8 KiB
Raw Permalink Blame History

(ଭବିଷ୍ୟତ ବିଷୟରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହି ଆସୁଅଛନ୍ତି।)

କାରଣ ଦେଶରେ ମହା ବିପଦ ଘଟିବ

ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) ଦେଶର ଲୋକମାନଙ୍କ ଉପରେ ମହା ବିପଦ ଘଟିବ ଏବଂ ) ଦେଶରେ ପ୍ରାକୃତିକ ବିପତ୍ତି ଘଟିବ।

ଏହି ଜାତି ପ୍ରତି କ୍ରୋଧ ଘଟିବ

“ସେଠାରେ ଏହି ଜାତି ପ୍ରତି କ୍ରୋଧ ବର୍ତ୍ତିବ”। ଏହା ଏହିପରି ଅନୁବାଦ କରାଯାଇପାରେ “ଏହି ଜାତି ଈଶ୍ଵରଙ୍କ କ୍ରୋଧକୁ ଅନୁଭବ କରିବେ” କିମ୍ବା “ଈଶ୍ଵର ଏହି ଲୋକମାନଙ୍କ ପ୍ରତି ଅତି କ୍ରୋଧିତ ହେବେ”। ଏହି ଦଣ୍ଡ ବିଷୟକ ଅବ୍ୟକ୍ତ ସୂଚନାକୁ ସ୍ପଷ୍ଟ କରାଯାଇପାରେ : “ଏହି ଲୋକମାନେ ଦଣ୍ଡିତ ହେବେ” କିମ୍ବା “ଈଶ୍ଵର ଏହି ଲୋକମାନଙ୍କୁ ଦଣ୍ଡ ଦେବେ”। (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)

ସେମାନେ ଖଡ୍‌ଗଧାରରେ ହତ ହେବେ

“ସେମାନେ ଖଡ୍‌ଗଧାର ଦ୍ୱାରା ହତ୍ୟା କରାଯିବେ”। ଶତ୍ରୁ ସୈନ୍ୟସାମନ୍ତଙ୍କ ଦ୍ୱାରା ହତ୍ୟା କରାଯିବେ, ଏହା ଦର୍ଶାଏ। (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ସେମାନେ ବନ୍ଦୀ ହୋଇ ସମସ୍ତ ବିଜାତି ମଧ୍ୟକୁ ନୀତ ହେବେ

ଏହା ଏହିପରି ପ୍ରତ୍ୟକ୍ଷ ବାଚ୍ୟରେ ଅନୁବାଦ କରାଯାଇପାରେ: “ସେମାନଙ୍କ ଶତ୍ରୁମାନେ ସେମାନଙ୍କୁ ବନ୍ଦୀ କରିବେ ଓ ସେମାନଙ୍କୁ ଅନ୍ୟ ଦେଶକୁ ନେଇଯିବେ”। (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଯିରୁଶାଲମ ବିଜାତିମାନଙ୍କର ପଦଦଳିତ ହୋଇ ରହିବ

ସମ୍ଭାବନା ଅର୍ଥଗୁଡିକ ହେଲା ୧) ବିଜାତିମାନେ ଯିରୁଶାଲମକୁ ଜୟ କରି ଏହା ଦଖଲ କରିବେ କିମ୍ବା ) ବିଜାତିମାନେ ଯିରୁଶାଲମ ନଗରକୁ ଧ୍ଵଂସ କରିବେ କିମ୍ବା ୩) ବିଜାତିମାନେ ଯିରୁଶାଲମର ଲୋକମାନଙ୍କୁ ଧ୍ଵଂସ କରିବେ।