Door43-Catalog_or_tn/LUK/21/20.md

1.5 KiB

(ଭବିଷ୍ୟତ ବିଷୟରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହି ଆସୁଅଛନ୍ତି।)

ଯିରୁଶାଲମ ସୈନ୍ୟସାମନ୍ତଙ୍କ ଦ୍ୱାରା ପରିବେଷ୍ଟିତ ହେବ

ଏହା ପ୍ରତ୍ୟକ୍ଷ କ୍ରିୟାରେ ବ୍ୟକ୍ତ କରାଯାଇପାରେ: “ସୈନ୍ୟସାମନ୍ତମାନେ ଯିରୁଶାଲମକୁ ପରିବେଷ୍ଟିତ କରିବେ”। (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ତାହା ଉତ୍ସନ୍ନ ହେବା ସନ୍ନିକଟ

“ତାହା ଅତିଶିଘ୍ର ଧ୍ୱଂସ ହେବ” କିମ୍ବା “ସେମାନେ ତାହା ଅତିଶିଘ୍ର ଧ୍ୱଂସ କରିବେ”

ପଳାଇଯାଅନ୍ତୁ

“ବିପଦରୁ ପଳାୟନ କର”

ତାହା ସମୁଚିତ ଦଣ୍ଡର ସମୟ ଅଟେ

“ତାହା ସମୁଚିତ ଦଣ୍ଡର ଦିନ ଅଟେ” କିମ୍ବା “ଏହି ଦିନମାନଙ୍କରେ ଲୋକମାନେ ଦଣ୍ଡିତ ହେବେ” କିମ୍ବା “ଏହା ସେହି ସମୟ ଅଟେ ଯେବେ ଈଶ୍ୱର ନଗରକୁ ଦଣ୍ଡ ଦେବେ” (ୟୁଡିବୀ)

ଲିଖିତ ବିଷୟସବୁ

“ଶାସ୍ତ୍ରରେ ଲିଖିତ ବିଷୟସବୁ”