Door43-Catalog_or_tn/LUK/21/16.md

20 lines
3.5 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# (ଭବିଷ୍ୟତ ବିଷୟରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହି ଆସୁଅଛନ୍ତି।)
# ତୁମ୍ଭେମାନେ ସମର୍ପିତ ହେବ
“ଅଧିକାରୀମାନଙ୍କ ହସ୍ତରେ ତୁମ୍ଭେମାନେ ସମର୍ପିତ ହେବ” କିମ୍ବା “ତୁମ୍ଭେମାନଙ୍କୁ ବିଶ୍ଵାସଘାତ କରିବେ”
# ତୁମ୍ଭମାନଙ୍କ ମଧ୍ୟରୁ ଲୋକେ କାହାରି କାହାରିକୁ ବଧ କରିବେ
“ତୁମ୍ଭମାନଙ୍କ ମଧ୍ୟରୁ କାହାରି କାହାରିକୁ ସେମାନେ ହତ୍ୟା କରିବେ”। ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ଅଧିକାରୀମାନେ ତୁମ୍ଭମାନଙ୍କ ମଧ୍ୟରୁ କାହାରି କାହାରିକୁ ବଧ କରିବେ” କିମ୍ବା ) “ଯେଉଁମାନେ ତୁମ୍ଭମାନଙ୍କୁ ସମର୍ପଣ କରିବେ ସେମାନେ ତୁମ୍ଭମାନଙ୍କ ମଧ୍ୟରୁ କାହାରି କାହାରିକୁ ବଧ କରିବେ”। ପ୍ରଥମ ଅର୍ଥଟି ଅଧିକ ସମ୍ଭବପର ହୋଇପାରେ ଅଟେ।
# ମୋହର ନାମ ସକାଶେ
“ମୋ' କାରଣରୁ” କିମ୍ବା “ତୁମ୍ଭେ ମୋହର ଅନୁଗମନ କରିବା କାରଣରୁ”
# କିନ୍ତୁ ତୁମ୍ଭମାନଙ୍କ ମସ୍ତକର କେଶହିଁ ନଷ୍ଟ ହେବ ନାହିଁ
ଏହା ଏହିପରି ସାକାରାତ୍ମକ ଭାବରେ ଅନୁବାଦ କରାଯାଇପାରେ “ତୁମ୍ଭମାନଙ୍କ ମସ୍ତକର କେଶ ସୁଦ୍ଧା ସୁରକ୍ଷିତ ରହିବ”। ଏହା ଏକ ଅଳଙ୍କାର ଅଟେ ଯାହାର ଅର୍ଥ “ତୁମ୍ଭେମାନେ କୌଣସି ପ୍ରକାରେ କ୍ଷତିଗ୍ରସ୍ତ ହେବ ନାହିଁ।” ଏହା ବ୍ୟକ୍ତିର ଏକ କ୍ଷୁଦ୍ର ଅଂଶକୁ ଗୁରୁତ୍ଵ ଦେବା ନିମନ୍ତେ ଦର୍ଶାଏ ଯାହା ସମ୍ପୂର୍ଣ୍ଣ ବ୍ୟକ୍ତି ନଷ୍ଟ ହେବ ନାହିଁ। ଯୀଶୁ କହିସାରିଥିଲେ ଯେ ସେମାନଙ୍କ ମଧ୍ୟରୁ କେହି କେହି ବଧ କରାଯିବେ। ତେବେ କେତେକ ଏହା ବୁଝନ୍ତି ଯେ ସେମାନେ ଆତ୍ମିକ ଭାବରେ କ୍ଷତିଗ୍ରସ୍ତ ହେବେ ନାହିଁ, ଯେପରି
“କିନ୍ତୁ ଏହିସମସ୍ତ ବିଷୟ ତୁମ୍ଭମାନଙ୍କୁ ପ୍ରକୃତରେ କ୍ଷତି କରିବ ନାହିଁ”।
# ତୁମ୍ଭମାନଙ୍କ ଧୈର୍ଯ୍ୟ ଦ୍ଵାରା
“ଦୃଢ଼ ଭାବରେ ଧରିବା ଦ୍ଵାରା”। ଏହା ଏହିପରି ଅନୁବାଦ କରାଯାଇପାରେ “ଯଦି ତୁମ୍ଭେମାନେ ପଳାୟନ କରିବ ନାହିଁ”।
# ତୁମ୍ଭେମାନେ ଆପଣା ଆପଣା ଜୀବନ ଲାଭ କରିବ
“ତୁମ୍ଭେମାନେ ଜୀବନ ପାଇବ” କିମ୍ବା “ତୁମ୍ଭେମାନେ ଅନନ୍ତକାଳ ନିମନ୍ତେ ବଞ୍ଚିବ”