Door43-Catalog_or_tn/LUK/21/12.md

2.5 KiB

(ଭବିଷ୍ୟତ ବିଷୟରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହି ଆସୁଅଛନ୍ତି।)

ଏହିସମସ୍ତ ଘଟଣା

ଏହା ପଦ ୮ ୧୧ ରେ, ଘଟିବାକୁ ଥିବା ଭୟଙ୍କର ବିଷୟରେ ଯୀଶୁ ଯାହା କହିଲେ ତାହାକୁ ଦର୍ଶାଏ।

ସେମାନେ ତୁମ୍ଭମାନଙ୍କୁ ଧରିବେ

“ସେମାନେ ତୁମ୍ଭମାନଙ୍କୁ ବନ୍ଦୀ କରିବେ” କିମ୍ବା “ସେମାନେ ତୁମ୍ଭମାନଙ୍କୁ ବଳପୂର୍ବକ ଧରିବେ” କେତେକ ଭାଷାରେ ଏହା କହିବା ଆବଶ୍ୟକ ଯେ କିଏ ଏହା କରିବେ: “ଲୋକମାନେ ତୁମ୍ଭମାନଙ୍କୁ ଧରିବେ” କିମ୍ବା “ଶତ୍ରୁମାନେ ତୁମ୍ଭମାନଙ୍କୁ ଧରିବେ”

ତୁମ୍ଭମାନଙ୍କୁ

ଯୀଶୁ ଆପଣା ଶିଷ୍ୟମାନଙ୍କୁ କହୁଥିଲେ। ଏହି ଶବ୍ଦ “ତୁମ୍ଭମାନଙ୍କୁ” ବହୁବଚାନ ଅଟେ। (ଦେଖନ୍ତୁ: ‘ତୁମ୍ଭମାନଙ୍କୁ’ ର ପ୍ରକାର)

ସମାଜଗୃହରେ ତୁମ୍ଭମାନଙ୍କୁ ସମର୍ପଣ କରିବେ

“ସମାଜଗୃହର ନେତାମାନଙ୍କ ହସ୍ତରେ ତୁମ୍ଭମାନଙ୍କୁ ସମର୍ପଣ କରିବେ”। ସମାଜଗୃହର ନେତାମାନେ ଅନ୍ୟ ସମସ୍ତ ଯିହୁଦୀମାନଙ୍କୁ ଶିଷ୍ୟମାନଙ୍କ ସହ କଥାବାର୍ତ୍ତା କରିବା ନିମନ୍ତେ ବାରଣ କରୁଥିଲେ କାରଣ ଶିଷ୍ୟମାନେ ଯୀଶୁଙ୍କ ଅନୁସରଣ କରୁଥିଲେ।

ଓ କାରାଗାରରେ ତୁମ୍ଭମାନଙ୍କୁ ସମର୍ପଣ କରିବେ

“ଓ କାରାଗାରରେ ତୁମ୍ଭମାନଙ୍କୁ ସମର୍ପଣ କରି ତାଡନା କରିବେ” କିମ୍ବା “ଓ କାରାଗାରରେ ତୁମ୍ଭମାନଙ୍କୁ ରଖିବେ”।

ତୁମ୍ଭମାନଙ୍କ ପକ୍ଷରେ ସାକ୍ଷ୍ୟ ହେବ

“ମୋ' ବିଷୟରେ ତୁମ୍ଭେମାନେ ଆପଣା ସାକ୍ଷ୍ୟ ସେମାନଙ୍କୁ କହିବ”