Door43-Catalog_or_tn/LUK/21/10.md

2.0 KiB

ତତ୍ପରେ ସେ ସେମାନଙ୍କୁ କହିଲେ

“ତତ୍ପରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ”। ଯେହେତୁ ଏହା କ୍ରମାଗତ ଭାବରେ ପୂର୍ବବର୍ତ୍ତୀ ପଦରୁ ଯୀଶୁ କହୁଛନ୍ତି, କେତେକ ଭାଷାରେ ଏହା କହିବାକୁ ପସନ୍ଦ କରନ୍ତି ନାହିଁ ଯେପରି “ତତ୍ପରେ ସେ ସେମାନଙ୍କୁ କହିଲେ”।

ଜାତି ବିପକ୍ଷରେ ଜାତି ଉଠିବ

ଏହା ଏହିପରି ଅନୁବାଦ କରାଯାଇପାରେ “ଗୋଟିଏ ଜାତି ଅନ୍ୟ ଜାତିକୁ ଆକ୍ରମଣ କରିବ”।

ଜାତି

ଏହା ଏକ ଦେଶ ପରିବର୍ତ୍ତେ ଏକ ଜନ୍ମଗତ ବା ଜାତିଗତ ଦଳକୁ ଦର୍ଶାଏ।

ରାଜ୍ୟ ବିରୁଦ୍ଧରେ ରାଜ୍ୟ

“ରାଜ୍ୟ ବିରୁଦ୍ଧରେ ରାଜ୍ୟ ଉଠିବ” କିମ୍ବା “ଗୋଟିଏ ରାଜ୍ୟ ଅନ୍ୟ ରାଜ୍ୟ ଉପରେ ଆକ୍ରମଣ କରିବ” (ଦେଖନ୍ତୁ: ଶବ୍ଦର ବିଲୋପ)

ଦୁର୍ଭିକ୍ଷ ଓ ମହାମାରୀ

“ ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ମହାମାରୀ ହେବ” କିମ୍ବା “ଭୋକର ସମୟ ଓ ରୋଗ ଯାହା ଦ୍ୱାରା ଅନେକ ଲୋକମାନଙ୍କର ମୃତ୍ୟୁ ହେବ”

ଭୟଙ୍କର ଦୃଶ୍ୟ ଓ ମହା ମହା ଲକ୍ଷଣ ହେବ

“ଏହିସବୁ ଦୃଶ୍ୟ ଓ ଲକ୍ଷଣଗୁଡ଼ିକ ଯାହା ଲୋକମାନଙ୍କୁ ଭୟଭୀତ କରାଇବା” କିମ୍ବା “ଏହିସବୁ ଦୃଶ୍ୟ ଓ ଲକ୍ଷଣ ହେତୁ ଲୋକମାନେ ଅତ୍ୟଧିକ ଭୟଭୀତ ହେବେ”