Door43-Catalog_or_tn/LUK/21/07.md

1.9 KiB

ସେମାନେ ତାହାଙ୍କୁ ପଚାରିଲେ

“ଶିଷ୍ୟମାନେ ଯୀଶୁଙ୍କୁ ପଚାରିଲେ” କିମ୍ବା “ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ”

ଏସବୁ

ସେହି ବିଷୟରେ ଯୀଶୁ ଠିକ୍ ପୂର୍ବରୁ କହିଥିଲେ। ଯୀଶୁ ଠିକ୍ ପୂର୍ବରୁ ମନ୍ଦିର ବିନଷ୍ଟ ହେବା ବିଷୟରେ କହିଥିଲେ।

ତୁମ୍ଭେମାନେ ଯେପରି ଭ୍ରାନ୍ତ ନ ହୁଅ

“ତୁମ୍ଭେମାନେ ମିଥ୍ୟାକୁ ବିଶ୍ୱାସ କର ନାହିଁ”। ଯୀଶୁ ଆପଣା ଶିଷ୍ୟମାନଙ୍କୁ କହୁଥିଲେ। ଏହି ଶବ୍ଦ “ତୁମ୍ଭେମାନେ” ବହୁ ବଚନ ଅଟେ। (ଦେଖନ୍ତୁ: ତୁମ୍ଭେମାନେ ର ପ୍ରକାର)

ମୋ' ନାମରେ

ଏହା ଏହିପରି ଅନୁବାଦ କରାଯାଇପାରେ “ମୁଁ ବୋଲି ଦାବି କରିବେ” କିମ୍ବା “ମୋ' ଅଧିକାର ସେମାନଙ୍କ ଠାରେ ଅଛି ବୋଲି ଦାବି କରିବେ”।

ଯୁଗାନ୍ତ

“ଜଗତର ଶେଷ” କିମ୍ବା “ପ୍ରତ୍ୟେକ ବିଷୟର ଶେଷ”

ତତ୍‌କ୍ଷଣାତ୍ ଯୁଗାନ୍ତ ହେବ ନାହିଁ

“ଯୁଦ୍ଧ ଓ ବିପ୍ଲବ ପରେ ତତ୍‌କ୍ଷଣାତ୍ ଯୁଗାନ୍ତ ହେବ ନାହିଁ”। ଏହି ନାମ “ଯୁଗାନ୍ତ” କ୍ରିୟାରେ ଅନୁବାଦ କରାଯାଇପାରେ: “ସେହି ସମସ୍ତ ବିଷୟ ଘଟିବା ପରେ ତତ୍‌କ୍ଷଣାତ୍ ଜଗତର ଶେଷ ହେବ ନାହିଁ”।