Door43-Catalog_or_tn/LUK/20/45.md

2.7 KiB

ସାବଧାନ

“ଜାଗ୍ରତ ହୁଅ”

ଯେଉଁମାନେ ଦୀର୍ଘ ବସନ ପରିଧାନ କରି ଭ୍ରମଣ କରିବାକୁ ଭଲ କରନ୍ତି

ଦୀର୍ଘ ବସନ ଦର୍ଶାଏ ଯେ ସେମାନେ ମହତ୍ୱପୂର୍ଣ୍ଣ ଥିଲେ। ଏହା ଏହିପରି ଅନୁବାଦ କରାଯାଇପାରେ “ଯେଉଁମାନେ ଆପଣା ମହତ୍ୱପୂର୍ଣ୍ଣ ଦୀର୍ଘ ବସନ ପରିଧାନ କରି ଭ୍ରମଣ କରିବାକୁ ଭଲ କରନ୍ତି”

ସେମାନେ ବିଧବାମାନଙ୍କ ଗୃହସବୁ ଗ୍ରାସ କରନ୍ତି

“ ସେମାନେ ବିଧବାମାନଙ୍କ ଗୃହସବୁ ସମ୍ପୂର୍ଣ୍ଣଭାବେ ଗ୍ରାସ କରନ୍ତି”। ଏହା ଏକ ଉଦାହରଣ ଅଟେ ଯାହାର ଅର୍ଥ “ସେମାନେ ବିଧବାମାନଙ୍କ ଠାରୁ ସେମାନଙ୍କ ସମସ୍ତ ସମ୍ପତ୍ତି ନେଇଯାଆନ୍ତି”। (ଦେଖନ୍ତୁ: ଉଦାହରଣ)

ଗୃହସବୁ

ଏହି ଶବ୍ଦ “ଗୃହସବୁ” ଏଠାରେ ସେମାନଙ୍କ ସମସ୍ତ ସମ୍ପତ୍ତିକୁ ଦର୍ଶାଏ। (ଦେଖନ୍ତୁ: ଉପଲକ୍ଷ ଅଳଙ୍କାର)

ଛଳନା କରି ଦୀର୍ଘ ପ୍ରାର୍ଥନା କରନ୍ତି

“ସେମାନେ ଆପଣାକୁ ଧାର୍ମିକ ଦେଖାଇବାକୁ ଛଳନା କରନ୍ତି ଓ ଦୀର୍ଘ ପ୍ରାର୍ଥନା କରନ୍ତି” କିମ୍ବା “ସେମାନେ ଦୀର୍ଘ ପ୍ରାର୍ଥନା କରନ୍ତି ଯେପରି ଲୋକେ ସେମାନଙ୍କୁ ଦେଖିବେ”

ଛଳନା କରି

“ଯେପରି ଲୋକମାନେ ଭାବିବେ ଯେ ସେମାନେ କିଛି ଅଟନ୍ତି ଯାହା ସେମାନେ ନ ଥିଲେ” କିମ୍ବା “ଯେପରି ସେମାନେ ଭାବିବେ ଯେ ସେମାନେ ଆପଣାମାନଙ୍କ ଠାରୁ ଉତ୍ତମ ଅଟନ୍ତି”

ସେମାନେ ଗୁରୁତର ଦଣ୍ଡ ପାଇବେ

ଏହା ଏହିପରି ଅନୁବାଦ କରାଯାଇପାରେ “ସେମାନେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଦଣ୍ଡ ପାଇବେ” କିମ୍ବା “ଈଶ୍ୱର ସେମାନଙ୍କୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଗୁରୁତର ଦଣ୍ଡ ଦେବେ”