Door43-Catalog_or_tn/LUK/20/41.md

3.8 KiB

ଏହା ସେମାନେ କିପରି କହନ୍ତି

ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ। ଏହା ଏହିପରି ଅନୁବାଦ କରାଯାଇପାରେ “କାହିଁକି ସେମାନେ କହନ୍ତି” କିମ୍ବା “ସେମାନେ କହିଥିବା ବିଷୟରେ ଚିନ୍ତା କରିବା” କିମ୍ବା “ସେମାନେ କହିଥିବା ବିଷୟରେ ମୁଁ କହିବି” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ଦାଉଦଙ୍କ ସନ୍ତାନ

“ରାଜା ଦାଉଦଙ୍କ ବଂଶଧର”।। ଏହି ଶବ୍ଦ “ସନ୍ତାନ” ଏଠାରେ ବଂଶଧରକୁ ଦର୍ଶାଇବା ନିମନ୍ତେ ବ୍ୟବହାର କରାଯାଇଛି। (ଦେଖନ୍ତୁ: ଉପଲକ୍ଷ ଅଳଙ୍କାର) ଏହି ଘଟଣାରେ, ଯିଏ ଈଶ୍ୱରଙ୍କ ରାଜ୍ୟରେ ରାଜତ୍ୱ କରିବେ ତାହାଙ୍କୁ ଦର୍ଶାଏ।

ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ

ଏହା ଏହିପରି ଅନୁବାଦ କରାଯାଇପାରେ “ପ୍ରଭୁ ଈଶ୍ୱର ମୋହର ପ୍ରଭୁଙ୍କୁ କହିଲେ” କିମ୍ବା “ଈଶ୍ୱର ମୋହର ପ୍ରଭୁଙ୍କୁ କହିଲେ”। ଏହି ଉଦ୍ଧୃତାଂଶ ଗୀତସଂହିତା ୧୧୦:୧ ର ଅଟେ ଯାହା କହେ “ସଦାପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ।” କିନ୍ତୁ ଯିହୁଦୀମାନେ “ସଦାପ୍ରଭୁ” ବୋଲି କହିବା ବନ୍ଦ କଲେ ଓ ତାହା ପରିବର୍ତ୍ତେ ବେଳେବେଳେ “ପ୍ରଭୁ ” ବୋଲି କହିଲେ।

ମୋହର ପ୍ରଭୁ

ଦାଉଦ ଖ୍ରୀଷ୍ଟଙ୍କୁ “ମୋହର ପ୍ରଭୁ” ବୋଲି ଦର୍ଶାଉଥିଲେ।

ମୋହର ଦକ୍ଷିଣରେ

ଦକ୍ଷିଣପାର୍ଶ୍ୱ ସମ୍ମାନର ସ୍ଥାନ ଅଟେ। ଈଶ୍ୱର ମସୀହଙ୍କୁ ସମ୍ମାନ କଲେ ଏହା କହିବା ଦ୍ୱାରା ଯେ “ମୋହର ଦକ୍ଷିଣରେ ବସିଥାଅ।”

ଆମ୍ଭେ ଯେ ପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରିନାହୁଁ

ଏହା ଏକ ଉଦାହରଣ ଅଟେ। ଏହା ଏହିପରି ଅନୁବାଦ କରାଯାଇପାରେ “ଆମ୍ଭେ ଯେ ପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭ ନିମନ୍ତେ ପାଦପୀଠ ସଦୃଶ୍ୟ କରିନାହୁଁ” କିମ୍ବା “ଆମ୍ଭେ ଯେ ପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭ ନିମନ୍ତେ ବିଜୟୀ ହୋଇନାହୁଁ”। (ଦେଖନ୍ତୁ: ଉଦାହରଣ)

ପାଦପୀଠ

ଏକ ପାଦପୀଠ ହେଉଛି ଯାହା ଉପରେ ଲୋକେ ପାଦ ରଖି ଆପଣା ପାଦକୁ ବିଶ୍ରାମ ଦିଅନ୍ତି।

ତେବେ ସେ କିପ୍ରକାରେ ଦାଉଦଙ୍କ ସନ୍ତାନ?

“ ତେବେ ଖ୍ରୀଷ୍ଟ କିପ୍ରକାରେ ଦାଉଦଙ୍କ ସନ୍ତାନ?” ଏହା ଏକ ଉଦାହରଣ ଅଟେ। ଏହା ଏହିପରି ଅନୁବାଦ କରାଯାଇପାରେ “ଏହା ଦର୍ଶାଏ ଯେ ଖ୍ରୀଷ୍ଟ କେବଳ ମାତ୍ର ଦାଉଦଙ୍କ ବଂଶଧର ନ ଥିଲେ।”