Door43-Catalog_or_tn/LUK/20/37.md

3.4 KiB

(ଯୀଶୁ କହି ଆସୁଅଛନ୍ତି)

ମାତ୍ର ମୃତମାନେ ଯେ ଉତ୍‌ଥିତ ହୁଅନ୍ତି, ଏହା ମୋଶା ମଧ୍ୟ ସୂଚ଼ନା ଦେଇଅଛନ୍ତି

“ମାତ୍ର ମୋଶା ମଧ୍ୟ ସୂଚ଼ନା ଦେଇଅଛନ୍ତି ଯେ ମୃତ ଲୋକମାନେ ମୃତ୍ୟୁ ଠାରୁ ଉତ୍‌ଥିତ ହୋଇଅଛନ୍ତି।” ଏହି ଶବ୍ଦ “ମଧ୍ୟ” ଏଠାରେ ଅଛି କାରଣ ସାଦ୍ଦୁକୀମାନେ କେତେକ ଶାସ୍ତ୍ରରେ ମୃତମାନଙ୍କର ପୁନରୁତ୍‌ଥାନ ଅଛି ବୋଲି ଆଶ୍ଚର୍ଯ୍ୟଚକିତ ହୋଇ ନ ଥିବେ, କିନ୍ତୁ ସେମାନେ ଏହା ଆଶା କଲେ ନାହିଁ ଯେ ମୋଶା ସେହିପରି ବିଷୟ ଲେଖିଅଛନ୍ତି।

ବୁଦାର ବୃତ୍ତାନ୍ତରେ

“ଶାସ୍ତ୍ରର ଏକ ଅଂଶରେ ଯେଉଁଠାରେ ସେ ଜ୍ୱଳନ୍ତ ବୁଦା ବିଷୟରେ ଲେଖିଲେ” କିମ୍ବା “ଶାସ୍ତ୍ରରେ ଜ୍ୱଳନ୍ତ ବୁଦା ବିଷୟରେ”

ଯେତେବେଳେ ସେ ପ୍ରଭୁଙ୍କୁ କହନ୍ତି

“ଯେତେବେଳେ ମୋଶା ପ୍ରଭୁଙ୍କୁ କହିଲେ”

ଅବ୍ରହାମଙ୍କ ଈଶ୍ୱର ଓ ଇସ୍‌ହାକ୍‌ଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର

“ଅବ୍ରହାମ,ଇସ୍‌ହାକ୍‌,ଯାକୁବଙ୍କ ଈଶ୍ୱର”। ସେମାନେ ସମସ୍ତେ ସେହି ଏକା ଈଶ୍ୱରଙ୍କର ଉପାସନା କରନ୍ତି।

ସେ ତ ମୃତମାନଙ୍କର ଈଶ୍ୱର ନୁହଁନ୍ତି

“ପ୍ରଭୁ ମୃତ ଲୋକମାନଙ୍କର ଈଶ୍ୱର ନୁହଁନ୍ତି” କିମ୍ବା “ପ୍ରଭୁ ସେହି ଲୋକମାନଙ୍କର ଈଶ୍ୱର ନୁହଁନ୍ତି ଯେଉଁମାନେ ମୃତ ହୋଇଅଛନ୍ତି ଓ ଯାହାର ଆତ୍ମା ମଧ୍ୟ ମୃତ ଅଟେ”

ମାତ୍ର ଜୀବିତମାନଙ୍କର

“ମାତ୍ର ଜୀବିତ ଲୋକମାନଙ୍କର ଈଶ୍ୱର” କିମ୍ବା “ଯେଉଁ ଲୋକମାନଙ୍କର ଆତ୍ମା ଜୀବିତ ସେମାନଙ୍କର ଈଶ୍ୱର”। ଯଦି ଏହା ଅସ୍ପଷ୍ଟ, ଆପଣମାନଙ୍କୁ ଏହି ଅବ୍ୟକ୍ତ ସୂଚନାକୁ ସଂଯୁକ୍ତ କରିବା ନିମନ୍ତେ ଆବଶ୍ୟକ ହୋଇପାରେ: “ଯଦିଓ ସେମାନଙ୍କର ଶରୀର ମୃତ ହୋଇପାରେ”। (ଦେଖନ୍ତୁ ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)

କାରଣ ସମସ୍ତେ ତାହାଙ୍କ ସାକ୍ଷାତରେ ଜୀବିତ ଅଟନ୍ତି

“କାରଣ ଈଶ୍ୱରଙ୍କ ଦୃଷ୍ଟିରେ ସେମାନେ ସମସ୍ତେ ଏପର୍ଯ୍ୟନ୍ତ ଜୀବିତ ଅଟନ୍ତି”। ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “କାରଣ ଈଶ୍ୱର ଜାଣନ୍ତି ଯେ ସେମାନଙ୍କ ଜୀବିତ ଅଟେ”।