Door43-Catalog_or_tn/LUK/20/29.md

2.4 KiB

(ସାଦ୍ଦୁକୀମାନେ କହି ଆସୁଅଛନ୍ତି ଓ ଯୀଶୁଙ୍କୁ ଗୋଟିଏ କାହାଣୀ କହୁଛନ୍ତି।)

ସାତ ଭାଇ ଥିଲେ

ଏହା ହୋଇଥାଇପାରେ, କିନ୍ତୁ ସମ୍ଭବତଃ ଏହା ଏକ କାହାଣୀ ଅଟେ ଯାହା ସେମାନେ ଯୀଶୁଙ୍କୁ ପରୀକ୍ଷା କରିବା ନିମନ୍ତେ କହିଥିଲେ।

ନିଃସନ୍ତାନ ହୋଇ ମରେ

“କୌଣସି ସନ୍ତାନ ନ ଥାଇ ମରେ” କିମ୍ବା “ମରେ, କିନ୍ତୁ କୌଣସି ସନ୍ତାନ ନ ଥାଏ”

ସେହି ପ୍ରକାରେ ଦ୍ୱିତୀୟଟି

ଏହା ଏହିପରି ଅନୁବାଦ କରାଯାଇପାରେ “ଦ୍ୱିତୀୟଟି ତାହାକୁ ବିବାହ କଲା ଓ ସମାନ ସେହିପରି ଘଟିଲା” କିମ୍ବା “ଦ୍ୱିତୀୟ ଭାଇ ତାହାକୁ ବିବାହ କଲା ଓ କୌଣସି ସନ୍ତାନ ନ ହୋଇ ମଲା”।

ତୃତୀୟଟି ତାହାକୁ ଗ୍ରହଣ କଲା

“ତୃତୀୟଟି ତାହାକୁ ବିବାହ କଲା”

ସେହି ପ୍ରକାରେ ସାତ ଜଣଯାକ ନିଃସନ୍ତାନ ହୋଇ ମଲେ

ଏହା ଏହିପରି ଅନୁବାଦ କରାଯାଇପାରେ “ସେହି ପ୍ରକାରେ ସମସ୍ତ ସାତ ଭାଇ ତାହାକୁ ବିବାହ କଲେ ଓ ନିଃସନ୍ତାନ ହୋଇ ମଲେ”।

ପୁନରୁତ୍‌ଥାନରେ

“ଯେବେ ଲୋକେ ମୃତମାନଙ୍କ ମଧ୍ୟରୁ ଉଠିବେ” କିମ୍ବା “ଯେବେ ମୃତ ଲୋକମାନେ ପୂନର୍ବାର ଜୀବିତ ହେବେ” (ୟୁଡିବୀ)। କେତେକ ଭାଷାରେ ଏହା ଦର୍ଶାଇବାର ଶୈଳୀ ଅଛି ଯେ ସାଦ୍ଦୁକୀମାନେ ପୁନରୁତ୍‌ଥାନ ଅଛି ବୋଲି ବିଶ୍ୱାସ କରନ୍ତି ନାହିଁ, ଯେପରି “ତଥାକଥିତ ପୁନରୁତ୍‌ଥାନରେ” କିମ୍ବା “ଯେବେ ମୃତ ଲୋକମାନେ ମୃତମାନଙ୍କ ମଧ୍ୟରୁ ସମ୍ବବତଃ ଉଠିବେ”।