Door43-Catalog_or_tn/LUK/20/21.md

2.6 KiB
Raw Permalink Blame History

ମାତ୍ର ସତ୍ୟ ରୂପେ ଈଶ୍ୱରଙ୍କ ମାର୍ଗ ଶିକ୍ଷା ଦିଅନ୍ତି

ଗୁପ୍ତଚରମାନେ ଯୀଶୁଙ୍କ ବିଷୟରେ ଜାଣିଲେ ବୋଲି ଯେଉଁ କଥା ସେମାନେ କହିଲେ ଏହା ତାହାର ଏକ ଅଂଶ ଅଟେ।

ପୁଣି କାହାରି ମୁଖାପେକ୍ଷା କରନ୍ତି ନାହିଁ

ସମ୍ଭାବନା ଅର୍ଥ ଗୁଡ଼ିକ ହେଲା ୧) “ତୁମ୍ଭେ ସତ୍ୟ ରୂପେ କଥା କହିଥାଅ ଯଦିଓ ମହତ୍ୱପୂର୍ଣ୍ଣ ଲୋକମାନେ ଏହା ପସନ୍ଦ କରନ୍ତି ନାହିଁ” (ୟୁଡିବୀ) କିମ୍ବା ) “ତୁମ୍ଭେ ଜଣଙ୍କ ବିରୁଦ୍ଧରେ ଅନ୍ୟ ଜଣକୁ ଅନୁଗ୍ରହ କରନ୍ତି ନାହିଁ”।

କାଇସରଙ୍କୁ କର ଦେବା ବିଧିସଙ୍ଗତ କି ନା

ସେମାନେ ଆଶା କରୁଥିଲେ ଯେ ଯୀଶୁ ହୋଇପାରେ “ହଁ” କହିବେ କିମ୍ବା “ନା”। ଯଦି ସେ କହିଥାନ୍ତେ “ହଁ”, ତେବେ ବିଦେଶୀ ସରକାରଙ୍କୁ କର ଦେବା ନିମନ୍ତେ ସେ ସେମାନଙ୍କୁ କହୁଅଛନ୍ତି ବୋଲି ଯିହୁଦୀ ଲୋକମାନେ ତାହାଙ୍କ କଥାରେ କ୍ରୋଧାନ୍ୱିତ ହୋଇଥାନ୍ତେ। ଯଦି ସେ କହିଥାନ୍ତେ “ନା,” ତେବେ ରୋମୀ ନିୟମକୁ ପାଳନ ନ କରିବା ନିମନ୍ତେ ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେଉଅଛନ୍ତି ବୋଲି ଧର୍ମନେତାମାନେ ରୋମୀୟମାନଙ୍କୁ କହି ପାରନ୍ତି।

ବିଧିସଙ୍ଗତ କି ନା

ସେମାନେ ଈଶ୍ୱରଙ୍କ ବିଧିବିଧାନ ବିଷୟରେ ପଚାରୁଥିଲେ। ଏହା ଏହିପରି ମଧ୍ୟ ଅନୁବାଦ କାରାଯାଇପାରେ “ଆମ୍ଭମାନଙ୍କ ବିଧିବିଧାନ କଅଣ ଆମ୍ଭମାନଙ୍କୁ ଅନୁମତି ଦିଏ।”

କାଇସର

କାରଣ କାଇସର ରୋମୀ ସରକାରଙ୍କ ଶାସନକର୍ତ୍ତା ଥିଲେ, ସେମାନେ କାଇସରଙ୍କ ନାମ ଦ୍ୱାରା ରୋମୀ ସରକାରଙ୍କୁ ଦର୍ଶାଉଥିଲେ। (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)