Door43-Catalog_or_tn/LUK/20/19.md

3.2 KiB

ତାହାଙ୍କୁ ଧରିବାକୁ ଚେଷ୍ଟା କଲେ

“ଯୀଶୁଙ୍କୁ ବନ୍ଦୀ କରିବା ନିମନ୍ତେ ସୁଯୋଗ ଖୋଜୁଥିଲେ”। ଜଣଙ୍କୁ “ଧରିବାକୁ” ଏକ ଉଦାହରଣ ଅଟେ ଯାହାର ଅର୍ଥ “ବନ୍ଦୀ କରିବା”। (ଦେଖନ୍ତୁ: ଉଦାହରଣ)

ସେହି ଦଣ୍ଡରେ

“ତତ୍‌କ୍ଷଣାତ୍”

ସେମାନେ ଲୋକମାନଙ୍କୁ ଭୟ କଲେ

ଏହି କାରଣରୁ ସେମାନେ ଯୀଶୁଙ୍କୁ ତତ୍‌କ୍ଷଣାତ୍ ବନ୍ଦୀ କରି ପାରିଲେ ନାହିଁ। ଲୋକମାନେ ଯୀଶୁଙ୍କୁ ଆଦର ଦେଉଥିଲେ, ଆଉ ଧାର୍ମିକ ନେତାମାନେ ଭୟ କରୁଥିଲେ ଯଦି ସେମାନେ ଯୀଶୁଙ୍କୁ ବନ୍ଦୀ କରିବେ ତେବେ ଲୋକମାନେ କଅଣ କରିବେ। କେତେକ ଅନୁବାଦରେ ଆବଶ୍ୟକ ଅଟେ ଏହାକୁ ସ୍ପଷ୍ଟ କରିବା: “କିନ୍ତୁ ସେମାନେ ତାହାଙ୍କୁ ବନ୍ଦୀ କଲେ ନାହିଁ କାରଣ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ।” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)

ସେମାନେ ଗୁପ୍ତଚୋରମାନଙ୍କୁ ପଠାଇଲେ

“ଶାସ୍ତ୍ରୀ ଓ ପ୍ରଧାନ ଯାଜକମାନେ ଯୀଶୁଙ୍କୁ ଲକ୍ଷ୍ୟ କରିବା ନିମନ୍ତେ ଗୁପ୍ତଚୋରମାନଙ୍କୁ ପଠାଇଲେ”

ଯେପରି ସେମାନେ ତାହାଙ୍କ କଥାର ଛିଦ୍ର ଧରିବା ଉଦ୍ଦେଶ୍ୟରେ ସୁଯୋଗ ପାଇପାରନ୍ତି

“ସେମାନେ ଇଚ୍ଛା କରୁଥିଲେ ଯେ ଯୀଶୁ କିଛି ମନ୍ଦ କଥା କହିବା ସମୟରେ ସେମାନେ ତାହାଙ୍କୁ ଦୋଷୀ କରି ପାରନ୍ତି”

ତାହାଙ୍କୁ ସମର୍ପଣ କରିବା ନିମନ୍ତେ

“ତାହାଙ୍କୁ ଆଣିବା ନିମନ୍ତେ” କିମ୍ବା “ତାହାଙ୍କୁ ହସ୍ତାନ୍ତର କରିବା ନିମନ୍ତେ”

କର୍ତୃପକ୍ଷଙ୍କ ହସ୍ତରେ ଓ ଶାସନକର୍ତ୍ତାଙ୍କ କ୍ଷମତାଧୀନରେt

“କର୍ତୃପକ୍ଷ” ଓ“ଶାସନକର୍ତ୍ତା” ସମାନ ବିଷୟକୁ ଦୁଇ ପ୍ରକାର କହିବା ଅଟେ। ଏହା ଗୋଟିଏ କିମ୍ବା ଉଭୟ ବକ୍ତବ୍ୟରେ ଅନୁବାଦ କରାଯାଇପାରେ। ଯୀଶୁଙ୍କୁ ଶାସନକର୍ତ୍ତାଙ୍କ ହସ୍ତରେ ସମର୍ପଣ କରିବାର କାରଣକୁ ସ୍ପଷ୍ଟ କରାଯାଇପାରେ: “ଯେପରି ଶାସନକର୍ତ୍ତା ଯୀଶୁଙ୍କୁ ଦଣ୍ଡ ଦେଇପାରିବେ।”