Door43-Catalog_or_tn/LUK/20/17.md

3.7 KiB

(ଯୀଶୁ ଲୋକସମୂହକୁ କହି ଆସୁଅଛନ୍ତି।)

କିନ୍ତୁ ସେ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ

“କିନ୍ତୁ ଯୀଶୁ ସେମାନଙ୍କୁ ଏକ ଲୟରେ ଚାହିଁଲେ” କିମ୍ବା “କିନ୍ତୁ ସେ ସେମାନଙ୍କୁ ସିଧାସଳଖ ଦେଖିଲେ”। ସେ ଯାହା କହୁଛନ୍ତି ତାହା ସେମାନେ ବୁଝିପାରୁଛନ୍ତି କି ନାହିଁ ଏହା ଜାଣିବା ନିମନ୍ତେ ସେ ଏହା କଲେ।

ତେବେ ଏହି ଯେଉଁ ବାକ୍ୟ ଲିଖିତ ଅଛି, ତାହାର ଭାବ କଅଣ

ଏହି ପ୍ରଭାବିତ ପ୍ରଶ୍ନକୁ ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ତେବେ ଏହି ବିଷୟରେ ଶାସ୍ତ୍ର କଅଣ କହେ?” କିମ୍ବା “ତୁମ୍ଭେମାନେ ଏହି ଶାସ୍ତ୍ରକୁ ବୁଝିବା ନିମନ୍ତେ ଯୋଗ୍ୟ ହେବା ଉଚିତ୍”। (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପ୍ରସ୍ତର ହେଲା

ଏହି ଉଦାହରଣ ଗୀତସଂହିତାର ଉଦାହରଣ ଠାରୁ ଭାବବାଣୀ ଅଟେ)

ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ

“ଯେଉଁ ପ୍ରସ୍ତରକୁ ଗୃହନିର୍ମାଣକାରୀମାନେ କହିଲେ ଗୃହନିର୍ମାଣ ନିମନ୍ତେ ଏହା ଯଥେଷ୍ଟ ଭଲ ନୁହେଁ”। ସେହି ଦିନମାନଙ୍କରେ ଲୋକମାନେ ପ୍ରସ୍ତରରେ ଘରର କାନ୍ଥକୁ ଓ ଘରଗୁଡିକୁ ନିର୍ମାଣ କରୁଥିଲେ।

ତାହା କୋଣର ପ୍ରଧାନ ପ୍ରସ୍ତର ହେଲା

ଗୃହକୁ ଦୃଢ଼ ଭାବରେ ସ୍ଥାପିତ କରିବା ନିମନ୍ତେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତର ଥିଲା। ଏହା ଏହିପରି ଅନୁବାଦ କରାଯାଇପାରେ “ମୂଖ୍ୟ ପ୍ରସ୍ତର” କିମ୍ବା “ଅତି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତର”

ଯେକେହି ସେହି ପ୍ରସ୍ତର ଉପରେ ପଡ଼ିବ

“ଯେକୌଣସି ଲୋକ ସେହି ପ୍ରସ୍ତର ଉପରେ ପଡ଼ିବ”। ଏହି ଉଦାହରଣ, ଯେକେହି ଖ୍ରୀଷ୍ଟଙ୍କୁ ଅଗ୍ରାହ୍ୟ କରେ ତାହା ପ୍ରତି କଅଣ ଘଟିବ ସେହି ବିଷୟରେ ଏହା ଏକ ଭାବବାଣୀ ଅଟେ।

ସେ ଖଣ୍ଡ ବିଖଣ୍ଡ ହେବ

“ସେ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯିବ”। ଏହା ପ୍ରସ୍ତର ଉପରେ ପଡିବାର ଫଳାଫଳ ଅଟେ।

ପୁଣି ସେହି ପ୍ରସ୍ତର ଯାହା ଉପରେ ପଡ଼ିବ

“ପୁଣି ଯାହା ଉପରେ ସେହି ପ୍ରସ୍ତର ପଡ଼ିବ”। ଏହି ଉଦାହରଣ, ଯେକେହି ଖ୍ରୀଷ୍ଟଙ୍କୁ ଅଗ୍ରାହ୍ୟ କରେ ତାହା ପ୍ରତି ଖ୍ରୀଷ୍ଟଙ୍କ ବିଚାର ବିଷୟରେ ଏହା ଏକ ଭାବବାଣୀ ଅଟେ।