Door43-Catalog_or_tn/LUK/20/05.md

1.9 KiB

ସେମାନେ ପରସ୍ପର ତର୍କବିତର୍କ କରି

ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରିବ “ସେମାନେ ପରସ୍ପର ଆଲୋଚନା କରି” କିମ୍ବା “ସେମାନେ ଆପଣାର ଉତ୍ତର ବିଚାର କରି”।

ସ୍ୱର୍ଗଠାରୁ

“ଈଶ୍ୱରଙ୍କ ଠାରୁ” ପୂର୍ବବର୍ତ୍ତୀ ପଦ କିପରି ଅନୁବାଦ ହୋଇଛି ତାହା ଉପରେ ନିର୍ଭର କରେ, ଏହା ଏହିପରି ଅନୁବାଦ କରାଯାଇପାରେ “ଈଶ୍ୱର କଲେ” କିମ୍ବା “ଈଶ୍ୱର ତାହାଙ୍କୁ ଅଧିକାର ଦେଲେ”। କେତେକ ଭାଷାରେ ପରୋକ୍ଷ ଉକ୍ତି ପସନ୍ଦ କରି ପାରନ୍ତି। ବାକ୍ୟର ଆରମ୍ଭ ଏହିପରି ଅନୁବାଦ କରାଯାଇପାରେ “ଯଦି ଆମ୍ଭେମାନେ କହିବା ଯେ ଈଶ୍ୱର ତାହାଙ୍କୁ ଅଧିକାର ଦେଲେ”। (ଦେଖନ୍ତୁ: କଥନର ଉଦ୍ଧୃତି)

ସେ କହିବେ

“ଯୀଶୁ କହିବେ”

ଆମ୍ଭମାନଙ୍କୁ ପଥର ଫୋଫାଡି ମାରିପକାଇବେ

“ଆମ୍ଭମାନଙ୍କ ଉପରେ ପଥର ଫୋଫାଡିବା ଦ୍ୱାରା ଆମ୍ଭମାନଙ୍କୁ ମାରିପକାଇବେ”। ଈଶ୍ୱରଙ୍କ ବ୍ୟବସ୍ଥା ଆପଣା ଲୋକମାନଙ୍କୁ ଆଜ୍ଞା ଦେଲା ଯେ ଯେଉଁ ଲୋକମାନେ ତାହାଙ୍କୁ ଓ ତାହାଙ୍କ ଭାବବାଦୀମାନଙ୍କୁ ବିଦ୍ରୁପ ବା ଉପହାସ କରୁଥିଲେ ସେମାନଙ୍କୁ ପଥର ଫୋଫାଡି ମାରିପକାଇବେ।