Door43-Catalog_or_tn/LUK/19/37.md

1.7 KiB

ସେ ଯେତେବେଳେ ନିକଟବର୍ତ୍ତୀ ହେଲେ

“ଯୀଶୁ ଯେତେବେଳେ ନିକଟକୁ ଯାଉଥିଲେ” କିମ୍ବା “ଯୀଶୁ ନିକଟକୁ ଯିବା ସମୟରେ”। ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କ ସହିତ ଯାତ୍ରା କରୁଥିଲେ।

ସେମାନେ ଦେଖିଥିବା ସମସ୍ତ ଶକ୍ତିର କାର୍ଯ୍ୟ

ଏହା ଏହିପରି ଅନୁବାଦ କରାଯାଇପାରେ “ଯୀଶୁ କରିଥିବା ମହତ୍ ବିଷୟଗୁଡ଼ିକ ଯାହା ସେମାନେ ଦେଖିଥିଲେ”

ଯେଉଁ ରାଜା ଆସୁଅଛନ୍ତି ସେ ଧନ୍ୟ

ସେମାନେ ଏହା ଯୀଶୁଙ୍କ ବିଷୟରେ କହୁଥିଲେ।

ପ୍ରଭୁ

ଏହା ଈଶ୍ୱରଙ୍କୁ ଦର୍ଶାଏ।

ଉର୍ଦ୍ଧ୍ୱଲୋକରେ ମହିମା

ଏହା ଏହିପରି ଅନୁବାଦ କରାଯାଇପାରେ “ଉର୍ଦ୍ଧ୍ୱରେ ଯେ ଅଛନ୍ତି ତାହାଙ୍କୁ ମହିମା ଦିଆଯାଉ” କିମ୍ବା “ଉର୍ଦ୍ଧ୍ୱରେ ଯେ ଅଛନ୍ତି ତାହାଙ୍କୁ ପ୍ରଶଂସା ଦିଆଯାଉ”। ଏହା ଏହିପରି ପ୍ରତ୍ୟକ୍ଷ କ୍ରିୟା ଓ ନାମ ବାଚକରେ କେଉଁମାନେ ଈଶ୍ୱରଙ୍କ ପ୍ରଶଂସା କରିବେ, ଏହା କହି ଅନୁବାଦ କରାଯାଇପାରେ ଯେପରି ୟୁଡିବୀରେ ଅଛି। (ଦେଖନ୍ତୁ : ପ୍ରତ୍ୟକ୍ଷ ବା ପରୋକ୍ଷ)