Door43-Catalog_or_tn/LUK/18/15.md

3.1 KiB

ସେମାନଙ୍କୁ ସ୍ପର୍ଶ କରନ୍ତି, କିନ୍ତୁ

ଏହା ଏହିପରି ଏକ ଅଲଗା ବାକ୍ୟରେ ଅନୁବାଦ କରାଯାଇପାରେ : “ସେମାନଙ୍କୁ ସ୍ପର୍ଶ କରନ୍ତି। କିନ୍ତୁ”।

ଧମକ ଦେବାକୁ ଲାଗିଲେ

ଶିଷ୍ୟମାନେ, ଯେଉଁ ପିତାମାତାମାନେ ଆପଣା ଆପଣା ଶିଶୁମାନଙ୍କୁ ଯୀଶୁଙ୍କ ନିକଟକୁ ଆଣୁଥିଲେ ସେମାନଙ୍କୁ ଦୃଢ଼ ଅଗ୍ରାହ୍ୟତା ପ୍ରକାଶ କଲେ।

ସମ୍ମତ ହେଲେ

“ଅନୁମତି ଦେଲେ”

ଛୋଟ ଶିଶୁ

ଯେଉଁ ଶିଶୁମାନଙ୍କୁ ଲୋକମାନେ ଆଣୁଥିଲେ, ଏହା “ନବଜାତ ଶିଶୁ” ଯାହା ଶିଶୁ ନିମନ୍ତେ ବ୍ୟବହାର କରାଯାଏ ତା'ଠାରୁ ଏକ ଭିନ୍ନ ଶବ୍ଦ ଅଟେ। “ଛୋଟ ଶିଶୁ” ମାନେ “ନବଜାତ ଶିଶୁ” ଠାରୁ ବୟସରେ ଅଳ୍ପ ବଡ଼ ଅଟନ୍ତି।

ସେମାନଙ୍କୁ ମନା କର ନାହିଁ

“ସେମାନଙ୍କୁ ବାଧା ଦିଅ ନାହିଁ” କିମ୍ବା “ଛୋଟ ଶିଶୁମାନଙ୍କର ପ୍ରତିରୋଧ କର ନାହିଁ”

ଏହି ପ୍ରକାର ଲୋକମାନଙ୍କର

ଏହା ମଧ୍ୟ ଅନୁବାଦ କରାଯାଇପାରେ “ଯେଉଁ ଲୋକମାନେ ଏହି ଛୋଟ ଶିଶୁମାନଙ୍କ ସଦୃଶ୍ୟ ସେମାନଙ୍କର।”

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି

“ନିଶ୍ଚିତ ଭାବରେ ମୁଁ ତୁମ୍ଭମାନଙ୍କୁ କହୁଅଛି”। ଯୀଶୁ ଏହି ବକ୍ତବ୍ୟକୁ, ଯାହା ସେ କହିବାକୁ ଯାଉଅଛନ୍ତି ତାହାର ମହତ୍ଵକୁ ଗୁରୁତ୍ଵ ଦେବା ନିମନ୍ତେ ବ୍ୟବହାର କଲେ।

ଶିଶୁ ପରି

ଏହା ଏକ ଉପମା ଅଟେ ଯାହା ଶିଶୁମାନଙ୍କର ମନୋଭାବକୁ ଯେଉଁ ବ୍ୟକ୍ତି ଈଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରୁଛନ୍ତି ସେମାନଙ୍କ ସହିତ ତୁଳନା କରାଯାଏ। ଏହି ସାଦୃଶ୍ୟର ବିନ୍ଦୁ ହେଲା ନମ୍ରତା ଓ ବିଶ୍ଵାସ। ଏହି ଉପମାର ଅର୍ଥ “ଯେପରି ଏକ ଶିଶୁ ନମ୍ର ଓ ବିଶ୍ଵାସକାରୀ ଅଟେ ସେହିପରି ସେମାନେ ଈଶ୍ଵରଙ୍କ ରାଜ୍ୟକୁ ନମ୍ରଭାବରେ ଗ୍ରହଣ କରନ୍ତି।” (ଦେଖନ୍ତୁ: ଉପମା)

ସେଥିରେ ପ୍ରବେଶ

ଏହା ଏହିପରି ଅନୁବାଦ କରାଯାଇପାରେ “ଈଶ୍ଵରଙ୍କ ରାଜ୍ୟରେ ପ୍ରବେଶ” (ୟୁଡିବୀ)।