Door43-Catalog_or_tn/LUK/18/13.md

2.2 KiB

(ଯୀଶୁ ଏହି ଲୋକମାନଙ୍କୁ କହି ଆସୁଅଛନ୍ତି।)

ସେ ସ୍ଵର୍ଗଆଡେ ଉର୍ଦ୍ଧ୍ଵଦୃଷ୍ଟି

ଏହା ଏକ ଉଦାହରଣ ଅଟେ ଯାହାର ଅର୍ଥ “ସ୍ଵର୍ଗଆଡେ ଉର୍ଦ୍ଧ୍ଵଦୃଷ୍ଟି କରି” କିମ୍ବା “ଉର୍ଦ୍ଧ୍ଵଦୃଷ୍ଟି କରି”। (ଦେଖନ୍ତୁ: ଉଦାହରଣr)

ଆପଣା ଛାତିରେ ମାରିହୋଇ

ଏହା ଅତ୍ୟଧିକ ଦୁଃଖ ପ୍ରକାଶ କରିବାର ଏକ ଶାରୀରିକ ଭାବଭଙ୍ଗୀ ଅଟେ, ଓ ଏହି ବ୍ୟକ୍ତିର ପଶ୍ଚାତାପ ଓ ନମ୍ରତାକୁ ପ୍ରକାଶ କରେ।

ହେ ଈଶ୍ଵର, ମୁଁ ପାପୀ, ମୋତେ ଦୟା କରନ୍ତୁ

ଏହା ଏହିପରି ଅନୁବାଦ କରାଯାଇପାରେ “ହେ ଈଶ୍ଵର, ଯଦିଓ ମୁଁ ଭୟଙ୍କର ପାପୀ ଅଟେ ଦୟାକରି ମୋତେ ଅନୁଗ୍ରହ କରନ୍ତୁ,” କିମ୍ବା “ହେ ଈଶ୍ଵର, ମୋ' ପ୍ରତି ଅନୁଗ୍ରହପୂର୍ଣ୍ଣ ହୁଅନ୍ତୁ। ମୁଁ ଜଣେ ବଡ଼ ପାପୀ ଅଟେ।”

ଏହି ଲୋକ

“ଏହି କରଗ୍ରାହୀ”

ସେ ଲୋକ ନୁହେଁ, ବରଂ

“ଅନ୍ୟ ଲୋକ ନୁହେଁ, ବରଂ” କିମ୍ବା “ଅନ୍ୟ ଲୋକ ପରିବର୍ତ୍ତେ” କିମ୍ବା “ଆଉ ଅନ୍ୟ ଲୋକ ନୁହେଁ।” ଏହା ଏହିପରି ଅନୁବାଦ କରାଯାଇପାରେ “କିନ୍ତୁ ଅନ୍ୟ ଲୋକ ଧାର୍ମିକ ଗଣିତ ହେଲା ନାହିଁ।”

କାରଣ ଯେକେହି ଆପଣାକୁ ଉନ୍ନତ ବୋଲି ଦେଖାଏ…

ଏହି ବାକ୍ୟାଂଶରେ, ଯୀଶୁ ଏହି କାହାଣୀରୁ ଯାହା ବର୍ଣ୍ଣନା କରାଯାଇଛି ଏକ ସାଧାରଣ ନିୟମକୁ କହୁଛନ୍ତି।

ଉନ୍ନତ

“ବଡ଼ ସମ୍ମାନୀୟ”