Door43-Catalog_or_tn/LUK/18/06.md

3.4 KiB

(ଯୀଶୁ ଆପଣା ଶିଷ୍ୟଙ୍କୁ ପ୍ରାର୍ଥନା ବିଷୟରେ କହି ଆସୁଅଛନ୍ତି।)

ଏହି ଅଧାର୍ମିକ ବିଚାରକର୍ତ୍ତା କଅଣ କହୁଅଛନ୍ତି, ତାହା ଶୁଣ

“ଏହି ଅଧାର୍ମିକ ବିଚାରକର୍ତ୍ତା କଅଣ କହିଲେ ତାହା ବିଚାର କର।” ଏହି ବାକ୍ୟକୁ ଏହିପରି ଅନୁବାଦ କର ଯେପରି ଲୋକମାନେ ବୁଝିପାରିବେ ଯେ, ଯୀଶୁ, ସେହି ବିଚାରକର୍ତ୍ତା କଅଣ କହୁଅଛନ୍ତି ତାହା କହିସାରିଛନ୍ତି।

ଈଶ୍ୱର ପ୍ରତିକାର କରିବେ

ଯୀଶୁ ଏହି ପ୍ରଭାବିତ ପ୍ରଶ୍ନକୁ ଇଙ୍ଗିତ କରିବା ନିମନ୍ତେ ବ୍ୟବହାର କଲେ ଯେ ସେ ଯେଉଁ ବିଷୟରେ ଶିକ୍ଷା ଦେଲେ ତାହା ଆପଣା ଶ୍ରୋତାଗଣ ବୁଝିପାରିବା ଉଚିତ୍। ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ଈଶ୍ୱର ନିଶ୍ଚୟ ପ୍ରତିକାର କରିବେ” କିମ୍ବା “ତେଣୁ ତୁମ୍ଭେମାନେ ନିଶ୍ଚିତ ହୋଇପାର ଯେ ଈଶ୍ୱର ନିଶ୍ଚୟ ପ୍ରତିକାର କରିବେ ” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ତାହାଙ୍କ ମନୋନୀତ ଲୋକମାନେ

“ଯେଉଁ ଲୋକମାନେ ମନୋନୀତ ଅଟନ୍ତି”

ସେ କି ସେମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ ନୁହଁନ୍ତି?

ଯୀଶୁ ଏହି ପ୍ରଭାବିତ ପ୍ରଶ୍ନ ଲୋକମାନଙ୍କୁ କିଛି ସ୍ମରଣ କରିବା ନିମନ୍ତେ ବ୍ୟବହାର କଲେ ଯେ ସେମାନେ ଈଶ୍ୱରଙ୍କ ବିଷୟରେ ପୂର୍ବରୁ ଜାଣନ୍ତି। ଏହା ଏହିପରି ଅନୁବାଦ କରାଯାଇପାରେ “ଆଉ ତୁମ୍ଭେମାନେ ଜାଣ ଯେ ସେ ସେମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ ଅଟନ୍ତି”

ମନୁଷ୍ୟପୁତ୍ର

ଯୀଶୁ ଆପଣାକୁ ଦର୍ଶାଉଛନ୍ତି।

ସେ କଅଣ ବିଶ୍ୱାସ ଦେଖିବେ

ଏହି ଦୃଷ୍ଟାନ୍ତର ଉଦ୍ଦେଶ୍ୟ ହେଲା ଶିଷ୍ୟମାନଙ୍କୁ ବିଶ୍ୱାସ ରଖିବାକୁ ଓ ପ୍ରାର୍ଥନା କରିବାକୁ ଉତ୍ସାହ ଦେବା। ଯୀଶୁ ଏଠାରେ ଅନ୍ୟ ଏକ ପ୍ରଭାବିତ ପ୍ରଶ୍ନ ବ୍ୟବହାର କରୁଛନ୍ତି ଯାହା ନାକାରାତ୍ମକ ଉତ୍ତରକୁ ଆଶା କରେ। ଏହି ପ୍ରଶ୍ନର ଉତ୍ତର ହେଲା “କିନ୍ତୁ ମୁଁ ଜାଣେ ଯେ ଯେତେବେଳେ ମୁଁ, ମନୁଷ୍ୟପୁତ୍ର, ଫେରିବି, ଯେଉଁମାନଙ୍କର ମୋ' ଠାରେ ବିଶ୍ୱାସ ନାହିଁ ସେହି ଲୋକମାନଙ୍କୁ ମୁଁ ପାଇବି।”