Door43-Catalog_or_tn/LUK/17/34.md

4.2 KiB

(ଯୀଶୁ କହି ଆସୁଅଛନ୍ତି)

ସେ ରାତ୍ରିରେ

ଯଦି ମନୁଷ୍ୟପୁତ୍ର ରାତ୍ରି ସମୟରେ ଆସନ୍ତି ତେବେ କଅଣ ଘଟିବ, ତାହା ଦର୍ଶାଏ।

ଦୁଇଜଣ ଗୋଟିଏ ଶଯ୍ୟାରେ ଥିବେ

ଏହା, ସେହି ସମୟରେ ଦୁଇ ଜଣ ବ୍ୟକ୍ତି କଅଣ କରୁଥିବେ ସେ ବିଷୟରେ ଏକ ଆନୁମାନିକ ପରିସ୍ଥିତି ଅଟେ। ଏହା ଏହିପରି ଅନୁବାଦ କରାଯାଇପାରେ “ହୋଇପାରେ ଦୁଇଜଣ ବ୍ୟକ୍ତି ଗୋଟିଏ ଖଟରେ ଥିବେ”। (ଦେଖନ୍ତୁ: ଆନୁମାନିକ ପରିସ୍ଥିତି)

ଶଯ୍ୟା

“କମଳ ବିଛଣା” କିମ୍ବା “ଖଟ”

ଜଣକୁ ଗ୍ରହଣ କରାଯିବ ଓ ଅନ୍ୟକୁ ପରିତ୍ୟାଗ କରାଯିବ

“ଜଣେ ବ୍ୟକ୍ତିକୁ ଗ୍ରହଣ କରାଯିବ ଓ ଅନ୍ୟ ବ୍ୟକ୍ତିକୁ ପରିତ୍ୟାଗ କରାଯିବ”। ଏହା ଏହିପରି ପ୍ରତ୍ୟକ୍ଷ କ୍ରିୟାରେ ଅନୁବାଦ କରାଯାଇପାରେ “ଈଶ୍ୱର ଜଣେ ଲୋକକୁ ଗ୍ରହଣ କରିବେ ଓ ଅନ୍ୟକୁ ପରିତ୍ୟାଗ କରିବେ,” କିମ୍ବା “ଦୂତମାନେ ଜଣକୁ ନେବେ ଓ ଅନ୍ୟକୁ ଛାଡ଼ିଦେବେ”। (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଦୁଇଜଣ ସ୍ତ୍ରୀ ଏକାଠି ଚକି ପେଷୁଥିବେ

ଏହା, ସେହି ସମୟରେ ଦୁଇ ଜଣ ସ୍ତ୍ରୀ କଅଣ କରୁଥିବେ ସେ ବିଷୟରେ ଏକ ଆନୁମାନିକ ପରିସ୍ଥିତି ଅଟେ। ଏହା ଏହିପରି ଅନୁବାଦ କରାଯାଇପାରେ “ହୋଇପାରେ ଦୁଇଜଣ ସ୍ତ୍ରୀ ଏକାଠି ଚକି ପେଷୁଥିବେ”। (ଦେଖନ୍ତୁ: ଆନୁମାନିକ ପରିସ୍ଥିତି)

କେତେକ ସଂସ୍କରଣରେ ଅନ୍ତର୍ଭୁକ୍ତ କରେ “ଦୁଇଜଣ କ୍ଷେତରେ ଥିବେ; ଜଣକୁ ଗ୍ରହଣ କରାଯିବ ଓ ଅନ୍ୟ ଜଣକୁ ପରିତ୍ୟାଗ କରାଯିବ”।

ଏହି ବାକ୍ୟ ଲୂକର ସବୁଠୁ ଉତ୍ତମ ପାଣ୍ଡୁଲିପିରେ ଅନ୍ତର୍ଭୁକ୍ତ ନାହିଁ।

ହେ ପ୍ରଭୁ, କେଉଁଠାରେ?

“ହେ ପ୍ରଭୁ, ଏହା କେଉଁଠାରେ ଘଟିବ?” (ୟୁଡିବୀ)

ଯେଉଁଠାରେ ଶବ, ସେଠାରେ ଶାଗୁଣାଗୁଡ଼ାକ ମଧ୍ୟ ଏକାଠି ହେବେ

ବାହ୍ୟ ରୂପରେ ଏହା ଏକ ପ୍ରବାଦ ଅଟେ ଯାହାର ଅର୍ଥ “ଏହା ନିଶ୍ଚିତ ଭାବରେ ହେବ” କିମ୍ବା “ଯେବେ ଏହା ହେବ ତୁମ୍ଭେ ଜାଣିବ” ଏହା ଏହିପରି ଏକ ଉପମା ରୂପେ ଅନୁବାଦ କରାଯାଇପାରେ: “ଯେପରି ଶାଗୁଣା ଏକାଠି ହେଲେ ଦେଖାଏ ଯେ ସେଠାରେ ଶବ ଅଛି, ତେଣୁ ଏହିସବୁ ବିଷୟ ଦେଖାଏ ଯେ ମନୁଷ୍ୟପୁତ୍ର ପ୍ରକାଶିତ ହେଉଅଛନ୍ତି।” (ଦେଖନ୍ତୁ: ପ୍ରବାଦ)

ଶାଗୁଣାଗୁଡ଼ାକ

ଶାଗୁଣାଗୁଡ଼ାକ ଏକ ବଡ଼ ପକ୍ଷୀ ଅଟନ୍ତି ଯାହା ଏକାଠି ଉଡ଼ନ୍ତି ଓ ଶବର ମାଂସ ଖାଆନ୍ତି ଯାହା ସେମାନେ ପାଇଥାନ୍ତି। ତୁମ୍ଭେ ପକ୍ଷୀକୁ ଏହିପ୍ରକାରେ ବର୍ଣ୍ଣନା କରିପାର କିମ୍ବା ସ୍ଥାନୀୟ ପକ୍ଷୀର ନାମକୁ ବ୍ୟବହାର କରନ୍ତୁ ଯେଉଁ ପକ୍ଷୀ ଏହିପରି କରନ୍ତି।