Door43-Catalog_or_tn/LUK/17/30.md

2.1 KiB

(ଯୀଶୁ କହି ଆସୁଅଛନ୍ତି।)

ସେହି ପ୍ରକାର ଘଟିବ

ଏହାର ଅର୍ଥ “ଏହା ସେହି ପ୍ରକାର ହେବ”। ଲୋଟଙ୍କ ସମୟ ସଦୃଶ୍ୟ ଏହା କିପରି ହେବ ତାହା ସ୍ପଷ୍ଟ ରୂପେ ବ୍ୟକ୍ତ କରାଯାଇପାରେ ଯେପରି ୟୁଡିବୀରେ ଅଛି: “ଲୋକମାନେ ଅପ୍ରସ୍ତୁତ ଥିବେ”। (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)

ମନୁଷ୍ୟପୁତ୍ର ପ୍ରକାଶିତ ହେବା ଦିନ

“ଯେବେ ମନୁଷ୍ୟପୁତ୍ର ପ୍ରକାଶିତ ହେବେ” କିମ୍ବା “ଯେବେ ମନୁଷ୍ୟପୁତ୍ର ଆସିବେ”

ଯେ ଛାତ ଉପରେ ଥିବ, ସେ ଓହ୍ଲାଇ ନ ଆସୁ

“ଯେକେହି ଛାତ ଉପରେ ଥିବ, ସେ ତଳକୁ ନ ଆସୁ” କିମ୍ବା “ଯଦି ଯେକେହି ଆପଣା ଛାତ ଉପରେ ଥିବ, ସେ ଓହ୍ଲାଇ ନ ଆସୁ”

ଛାତ ଉପରେ

ସେମାନଙ୍କ ଛାତ ସମତଳ ଥିଲା ଓ ଲୋକମାନେ ସେଠାରେ ବସି ପାରୁଥିଲେ।

ଆପଣା ଜିନିଷପତ୍ର

“ଆପଣା ସମ୍ପତ୍ତି” କିମ୍ବା “ଆପଣା ଦ୍ରବ୍ୟପଦାର୍ଥ”

ଘେନିଯିବା

ଏହି ଅବ୍ୟକ୍ତ ସୂଚନାକୁ ଯାହା, ସେମାନେ କୌଣସି ଦ୍ରବ୍ୟପଦାର୍ଥ ଘେନିଯିବା ନିମନ୍ତେ ଘରକୁ ନ ଫେରନ୍ତୁ ଯେପରି ସେମାନେ ଶୀଘ୍ର ପଳାୟନ କରି ପାରିବେ, ଏହା ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇପାରେ ଯେପରି ୟୁଡିବୀରେ ଅଛି।