Door43-Catalog_or_tn/LUK/17/25.md

2.5 KiB

(ଯୀଶୁ କହି ଆସୁଅଛନ୍ତି)

କିନ୍ତୁ ପ୍ରଥମେ ତାହାଙ୍କୁ ଅବଶ୍ୟ ଅନେକ ଦୁଃଖ ଭୋଗ କରିବାକୁ ହେବ

“କିନ୍ତୁ ପ୍ରଥମେ ଯୀଶୁଙ୍କୁ ଅବଶ୍ୟ ଅନେକ ଦୁଃଖ ଭୋଗ କରିବାକୁ ହେବ”। ଯୀଶୁ ଆପଣକୁ ତୃତୀୟ ପୁରୁଷ ରୂପେ କହୁଥିଲେ। (ଦେଖନ୍ତୁ: ପ୍ରଥମ, ଦ୍ୱିତୀୟ କିମ୍ବା ତୃତୀୟ ପୁରୁଷ)

ଆଉ, ନୋହଙ୍କ ସମୟରେ ଯେପରି ଘଟିଥିଲା

ଏହା ଏହିପରି ଅନୁବାଦ କରାଯାଇପାରେ “ଆଉ, ନୋହଙ୍କ ସମୟରେ ଯେପରି ଲୋକମାନେ କରୁଥିଲେ” କିମ୍ବା “ନୋହ ଜୀବିତ ଥିବା ସମୟରେ ଲୋକମାନେ ଯେପରି କରୁଥିଲେ”। “ନୋହଙ୍କ ସମୟରେ” ଏହା, ଈଶ୍ୱର ଜଗତର ଲୋକମାନଙ୍କୁ ଦଣ୍ଡ ଦେବାର ଠିକ୍ ପୂର୍ବର ସମୟକୁ ଦର୍ଶାଏ।

ମନୁଷ୍ୟପୁତ୍ରଙ୍କ ସମୟରେ ମଧ୍ୟ ସେହିପରି ଘଟିବ

ଏହା ଏହିପରି ଅନୁବାଦ କରାଯାଇପାରେ “ମନୁଷ୍ୟପୁତ୍ରଙ୍କ ସମୟରେ ମଧ୍ୟ ଲୋକମାନେ ଠିକ୍ ସେହି ପ୍ରକାର କାର୍ଯ୍ୟ କରୁଥିବେ” କିମ୍ବା “ମନୁଷ୍ୟପୁତ୍ର ଆସୁଥିବା ସମୟରେ ମଧ୍ୟ ଲୋକମାନେ ଠିକ୍ ସେହି ପ୍ରକାର କାର୍ଯ୍ୟ କରୁଥିବେ”। “ମନୁଷ୍ୟପୁତ୍ରଙ୍କ ସମୟରେ” ଏହା, ମନୁଷ୍ୟପୁତ୍ର ଆସିବା ସମୟର ଠିକ୍ ପୂର୍ବର ସମୟକୁ ଦର୍ଶାଏ।

ସେମାନେ ଭୋଜନପାନ ଏବଂ ବିବାହ କରିବା ଓ ବିବାହ ଦେବାରେ ପ୍ରବୃତ୍ତ ଥିଲେ

ଲୋକମାନେ ସାଧାରଣ କାର୍ଯ୍ୟ କରୁଥିଲେ। ଈଶ୍ୱର ସେମାନଙ୍କର ବିଚାର କରିବାକୁ ଯାଉଥିଲେ ଏହା ସେମାନେ ଧ୍ୟାନ ଦେଲେ ନାହିଁ।

ଜାହାଜ

“ବଡ଼ ଜାହାଜ” କିମ୍ବା “ବଡ଼ ନୌକା”