Door43-Catalog_or_tn/LUK/17/22.md

2.4 KiB

ଏପରି ସମୟ ଆସିବ

ଏହା ଏହିପରି ଅନୁବାଦ କରାଯାଇପାରେ “ଏପରି ଦିନ ଆସିବ” କିମ୍ବା “ଦିନେ”।

ତୁମ୍ଭେ ଦେଖିବାକୁ ଇଚ୍ଛା କରିବ

“ତୁମ୍ଭେ ଦେଖିବାକୁ ବହୁତ ଇଚ୍ଛା କରିବ” କିମ୍ବା “ତୁମ୍ଭେ ଅନୁଭବ କରିବାକୁ ଇଚ୍ଛା କରିବ”। ସେ ରାଜତ୍ୱ କରନ୍ତୁ ବୋଲି ତାହାଙ୍କ ଶିଷ୍ୟମାନେ ଇଚ୍ଛା କରୁଥିଲେ। ଯେବେ ତାଡ଼ନାର ସମୟ ଆସିବ ସେହି ସମୟରେ ସେ ରାଜତ୍ୱ କରୁଥିବେ ବୋଲି ତାହାଙ୍କ ଶିଷ୍ୟମାନେ ଇଚ୍ଛା କରୁଥିଲେ।

ମନୁଷ୍ୟପୁତ୍ରଙ୍କର ଦିନଗୁଡ଼ିକ ମଧ୍ୟରୁ ଗୋଟିଏ ଦିନ

ଏହା ଏହିପରି ଅନୁବାଦ କରାଯାଇପାରେ “ଯେତେବେଳେ ମନୁଷ୍ୟପୁତ୍ର ରାଜା ରୂପେ ଶାସନ କରିବେ ସେହି ଦିନଗୁଡ଼ିକ ମଧ୍ୟରୁ ଗୋଟିଏ ଦିନ”।

ସେମାନଙ୍କର ପଶ୍ଚାଦ୍‌ଗାମୀ ହୁଅ ନାହିଁ

“ଆଉ ସେମାନଙ୍କର ଅନୁଗମନ କର ନାହିଁ”

କାରଣ ବିଜୁଳି ମାରି ଯେପରି ଆକାଶର ଗୋଟିଏ ପାଖରୁ ଆର ପାଖ ପର୍ଯ୍ୟନ୍ତ ଆଲୁଅ ଦିଏ

ଏହା ଏକ ଉପମା ଅଟେ। ଏହା ଏହିପରି ଅନୁବାଦ କରାଯାଇପାରେ “ଆକାଶରେ ବିଜୁଳି ମାରିଲେ ଯେପରି ପ୍ରତ୍ୟେକଙ୍କୁ ଦେଖାଯାଏ” କିମ୍ବା “ବିଜୁଳି ମାରିଲେ ଯେପରି ହଠାତ୍ ଦେଖାଯାଏ” (ଦେଖନ୍ତୁ ଉପମା)

ମନୁଷ୍ୟପୁତ୍ର ଆପଣା ଦିନରେ ସେହିପରି ହେବେ

ଏହା ଏହିପରି ଅନୁବାଦ କରାଯାଇପାରେ “ଯେଉଁଦିନ ମନୁଷ୍ୟପୁତ୍ର ରାଜତ୍ୱ କରିବାକୁ ଆସିବେ ଏହା ସେହିଦିନ ହେବ”।