Door43-Catalog_or_tn/LUK/17/20.md

2.1 KiB

ଫାରୁଶୀମାନେ ତାହାଙ୍କୁ ପଚାରିବାରୁ

ଏହା ଏହିପରି ପ୍ରତ୍ୟକ୍ଷ କ୍ରିୟାରେ ଅନୁବାଦ କରାଯାଇପାରେ “ଫାରୁଶୀମାନେ ଯୀଶୁଙ୍କୁ ପଚାରିଲେ।” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ) ଏହା କାହାଣୀର ଏକ ନୂତନ ଅଂଶର ଆରମ୍ଭ ଅଟେ। କେତେକ ଅନୁବାଦରେ “ଦିନେ” (ୟୁଡିବୀ) କିମ୍ବା “ଥରେ” ସହିତ ଆରମ୍ଭ ହୁଏ।

ଯେବେ ଈଶ୍ୱରଙ୍କ ରାଜ୍ୟ ଆସେ

ଏହା ସିଧାସଳଖ ବକ୍ତବ୍ୟରେ ଅନୁବାଦ କରାଯାଇପାରେ: “ଯେବେ ଈଶ୍ୱରଙ୍କ ରାଜ୍ୟ ଆସିବ?” (ଦେଖନ୍ତୁ: ଅଳଙ୍କାର)

ଈଶ୍ୱରଙ୍କ ରାଜ୍ୟ ଦୃଶ୍ୟ ଭାବରେ ଆସେ ନାହିଁ

ଏହା ଏହିପରି ଅନୁବାଦ କରାଯାଇପାରେ “ଯଦିଓ ତୁମ୍ଭେମାନେ ଈଶ୍ୱରଙ୍କ ରାଜ୍ୟର ଅପେକ୍ଷା କରୁଅଛ, ତଥାପି ତୁମ୍ଭେମାନେ ଏହା ଦେଖି ପାରିବ ନାହିଁ।” ଯୀଶୁ ସେମାନଙ୍କ ମଧ୍ୟରେ ଏକ ରାଜା ରୂପେ ରହିଥିଲେ, ତଥାପି ସେମାନେ ଦେଖି ପାରିଲେ ନାହିଁ କାରଣ ସେମାନେ ଏକ ଭୌତିକ ରାଜ୍ୟର ଅପେକ୍ଷାରେ ଥିଲେ।

ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ମଧ୍ୟରେ ଅଛି

ଏହା ଏହିପରି ଅନୁବାଦ କରାଯାଇପାରେ “ଈଶ୍ୱରଙ୍କ ରାଜ୍ୟ ଏଠାରେ ଅଛି” କିମ୍ବା “ଈଶ୍ୱର ତୁମ୍ଭମାନଙ୍କ ମଧ୍ୟରେ ଶାସନ କରିବା ଆରମ୍ଭ କରିସାରିଛନ୍ତି।”