Door43-Catalog_or_tn/LUK/17/11.md

3.0 KiB

ଏହା ଏହିପରି ହେଲା

ଏହି ବାକ୍ୟାଂଶ ଏଠାରେ କାହାଣୀର ଏକ ନୂତନ ଅଂଶକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହାର କରାଯାଇଛି। ଯଦି ଆପଣଙ୍କ ଭାଷାରେ ଏହିପରି କରିବାର କିଛି ଶୈଳୀ ଥାଏ, ଏଠାରେ ତାହା ବ୍ୟବହାର କରିବା ନିମନ୍ତେ ଆପଣମାନେ ଚିନ୍ତା କରି ପାରନ୍ତି। ସେ ଯିରୁଶାଲମକୁ ଯାତ୍ରା କରିବା ସମୟରେ “ଯେତେବେଳେ ସେମାନେ ଯିରୁଶାଲମକୁ ଯାତ୍ରା କରୁଥିଲେ”

ସେଠାରେ ଦଶ ଜଣ କୁଷ୍ଠୀ ତାହାଙ୍କ ସହିତ ସାକ୍ଷାତ କରିବାକୁ ଆସିଲେ

ଏହା ଏହିପରି ପ୍ରତ୍ୟକ୍ଷ କ୍ରିୟାରେ ଅନୁବାଦ କରାଯାଇପାରେ: “ଦଶ ଜଣ କୁଷ୍ଠୀ ତାହାଙ୍କୁ ସାକ୍ଷାତ କଲେ” କିମ୍ବା “ଯେଉଁ ଦଶ ଜଣଙ୍କୁ କୁଷ୍ଠରୋଗ ହୋଇଥିଲା”। (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ସେମାନେ ଉଚ୍ଚ ସ୍ୱରରେ କହିଲେ

ଏହାର ଅର୍ଥ “ସେମାନେ ଉଚ୍ଚ ସ୍ୱରରେ ଡାକିଲେ” କିମ୍ବା “ସେମାନେ ଚିତ୍କାର କରି ଡାକିଲେ”।

ହେ ଗୁରୁ

ଏହି ଶବ୍ଦ ଯାହା ଏଠାରେ ଅନୁବାଦ ହୋଇଛି “ହେ ଗୁରୁ” ଏକ ସାଧାରଣ ଶବ୍ଦ “ହେ ଗୁରୁ” ନିମନ୍ତେ ନୁହେଁ। ଯାହା ନିକଟରେ ଅଧିକାର ଅଛି ସେହି ଜଣଙ୍କ ନିମନ୍ତେ ଦର୍ଶାଏ, କିନ୍ତୁ ତାହା ନିମନ୍ତେ ନୁହେଁ ଯିଏ ଅନ୍ୟ ଜଣକ ଉପରେ ଅଧିକାର କରେ। ଏହା ତୁମ୍ଭେ ଏହିପରି ଅନୁବାଦ କରିପାର “ମାଲିକ” କିମ୍ବା “ଶ୍ରମନାୟକ” କିମ୍ବା ଏକ ଶବ୍ଦ ସହିତ ଯାହା ସାଧାରଣତଃ ଏକ ଅଧିକାରପ୍ରାପ୍ତ ବ୍ୟକ୍ତିକୁ ସମ୍ବୋଧନ କରିବା ନିମନ୍ତେ ବ୍ୟବହାର କରାଯାଏ, ଯେପରି “ଆଜ୍ଞା”।

ଆମ୍ଭମାନଙ୍କୁ ଦୟା କରନ୍ତୁ

ଏହା ଏହିପରି ଅନୁବାଦ କରାଯାଇପାରେ “ଆମ୍ଭମାନଙ୍କୁ ସୁସ୍ଥ କରିବା ଦ୍ୱାରା ଦୟାକରି ଆମ୍ଭମାନଙ୍କ ଉପରେ ଆପଣା ଦୟା ଦେଖାଅ”। (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)