Door43-Catalog_or_tn/LUK/17/09.md

2.2 KiB

(ଯୀଶୁ ଆପଣା ଶିଷ୍ୟମାନଙ୍କୁ ଶିକ୍ଷା ଦେଇ ଆସୁଅଛନ୍ତି।)

ସେ ତାହାକୁ ଧନ୍ୟବାଦ ଦେବ ନାହିଁ

ତୁମ୍ଭେ ପୂର୍ବବର୍ତ୍ତୀ ଦୁଇ ପଦକୁ କିପରି ଅନୁବାଦ କଲ ତାହା ଉପରେ ନିଭର କରେ, ଏହା ଏହିପରି ଅନୁବାଦ କରାଯାଇପାରେ “ ସେ ତାହାକୁ ଧନ୍ୟବାଦ ଦିଏ ନାହିଁ” କିମ୍ବା “ତୁମ୍ଭେମାନେ ଧନ୍ୟବାଦ ଦିଅ ନାହିଁ”।

ଆଜ୍ଞାନୁସାରେ କର୍ମ କରିବାରୁ

“ଆଜ୍ଞାଗୁଡ଼ିକ ଯାହା ତୁମ୍ଭେ ତାହାକୁ କରିବା ନିମନ୍ତେ ଦେଲ”

ସେ କଣଅ?

ଏହା ଏହିପରି ଅନୁବାଦ କରାଯାଇପାରେ “ଯଥାର୍ଥ?” କିମ୍ବା “ଏହା କଅଣ ଠିକ୍?” ଏହି ପ୍ରଭାବିତ ପ୍ରଶ୍ନରେ, ଯୀଶୁ ଆପଣା ଶିଷ୍ୟମାନଙ୍କୁ ଉତ୍ସାହିତ କରନ୍ତି ଏହା ସ୍ୱୀକାର କରିବା ନିମନ୍ତେ ଯେ, ସେ ଯାହା କହୁଛନ୍ତି ତାହା ପ୍ରକୃତରେ ସତ୍ୟ ଅଟେ। (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ତୁମ୍ଭେମାନେ ମଧ୍ୟ

ଯୀଶୁ ଆପଣା ଶିଷ୍ୟମାନଙ୍କୁ କହୁଥିଲେ, ତେଣୁ ଭାଷାରେ ଯଦି “ତୁମ୍ଭେ” ର ବହୁ ବଚନ ଥାଏ, ଏହା ବ୍ୟବହାର କରନ୍ତୁ। (ଦେଖନ୍ତୁ: ତୁମ୍ଭେ ର ପ୍ରକାର)

କୁହ

“ଈଶ୍ୱରଙ୍କୁ କୁହ”

ଆମ୍ଭେମାନେ ଅକର୍ମଣ୍ୟ ଦାସ

ଏହା ଏହିପରି ଅନୁବାଦ କରାଯାଇପାରେ “ଆମ୍ଭେମାନେ ସାଧାରଣ ଦାସ ଅଟୁ” କିମ୍ବା “ଆମ୍ଭେ ଆପଣଙ୍କ ଦାସମାନେ ଆପଣଙ୍କ ପ୍ରଶଂସା ପାଇବାର ଯୋଗ୍ୟ ନାହୁଁ।”