Door43-Catalog_or_tn/LUK/17/07.md

3.4 KiB

(ଯୀଶୁ ଆପଣା ଶିଷ୍ୟମାନଙ୍କୁ ଶିକ୍ଷା ଦେଇ ଆସୁଅଛନ୍ତି।)

କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଏପରି କିଏ ଲୋକ ଅଛି

“କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ କୌଣସି ଲୋକ” କିମ୍ବା “କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ଜଣେ ଲୋକ” ଏହା ପ୍ରଭାବିତ ପ୍ରଶ୍ନର ଆରମ୍ଭ ଅଟେ। ଏହା ଏହିପରି ଏକ ବକ୍ତବ୍ୟ ରୂପେ ଅନୁବାଦ କରିବା, ଏହା ସହିତ ଆରମ୍ଭ କରିବା ““ଯଦି ତୁମ୍ଭମାନଙ୍କ ମଧ୍ୟରୁ ଜଣେ” କିମ୍ବା “ମନେକର ସେହି ଜଣକ ତୁମ୍ଭେ ଅଟ”। ଦେଖନ୍ତୁ ୟୁଡିବୀ ଏହା କିପରି କରାଯାଇଛି ତାହାର ଉଦହରଣ ରୂପେ। (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ତୁମ୍ଭମାନଙ୍କ ମଧ୍ୟରେ ଏପରି କିଏ ଅଛି, ଯାହାର ଦାସ

ଯୀଶୁ ଲୋକମାନଙ୍କ ଏକ ଦଳକୁ ପଚାରୁଥିଲେ ଯେ ସେମାନେ କଅଣ କରିବେ ଯେବେ ଏପରି ପରିସ୍ଥିତି ଆସେ। ଏହା ଏହିପରି ଅନୁବାଦ କରାଯାଇପାରେ “କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ଜଣେ, ଯଦି ତୁମ୍ଭର ଦାସ ଅଛି”।

ସେହି ଦାସ ହଳ ବୁଲାଇ କିମ୍ବା ପଶୁ ଚରାଇ

“ସେହି ଦାସ ତୁମ୍ଭ କ୍ଷେତରେ ହଳ ବୁଲାଇ କିମ୍ବା ତୁମ୍ଭ ପଶୁମାନଙ୍କର ଯତ୍ନ ନେଇ”

ହଳ ବୁଲାଇ

“ହଳ କରିବା” ଅର୍ଥାତ୍ ଭୂମିରେ ବୁଲାଇ ପତଳା ସରୁ ଖାଲ କାଟିବା ଯେପରି ଏଥିରେ ବୀଜ ରୋପା ଯାଇପାରିବ।

ବରଞ୍ଚ ସେ ତାହାକୁ କହିବ ନାହିଁ

ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ। ଏହା ଏହିପରି ଅନୁବାଦ କରାଯାଇପାଏ “କିନ୍ତୁ ଏହା ପରିବର୍ତ୍ତେ ତୁମ୍ଭେମାନେ ତାହାକୁ କହିବ” କିମ୍ବା “ଏହା ପରିବର୍ତ୍ତେ, ତାହା କଅଣ ତୁମ୍ଭେମାନେ ତାହାକୁ କହିବ ନାହିଁ” (ଦେଖନ୍ତୁ ପ୍ରଭାବିତ ପ୍ରଶ୍ନ)

ତୋହର ଅଣ୍ଟା ବାନ୍ଧି ମୋହର ସେବା କର୍

“ତୋହର ଅଣ୍ଟାରେ ଆପଣା ଲୁଗା ବାନ୍ଧି ମୋହର ସେବା କର୍” କିମ୍ବା “ଉପଯୁକ୍ତ ଭାବରେ ଲୁଗା ପିନ୍ଧି ମୋହର ସେବା କର୍” ଲୋକମାନେ ଆପଣା ଅଣ୍ଟା ଚାରିଆଡେ ଦୃଢ଼ଭାବରେ ବାନ୍ଧୁଥିଲେ ଯେପରି ସେମାନେ କାର୍ଯ୍ୟ କରିବା ସମୟରେ ତାହା ଖସି ନ ଯାଇ ଠିକ୍ ଭାବରେ ରୁହେ।

ତାହା ପରେ

“ତୁ ମୋହର ସେବା କଲା ପରେ”