Door43-Catalog_or_tn/LUK/17/01.md

2.8 KiB

ବିଘ୍ନ ଯେ ନ ଘଟିବ, ଏହା ଅସମ୍ଭବ

ଏହା ଏହିପରି ଅନୁବାଦ କରାଯାଇପାରେ “ଯେଉଁ ସବୁ ବିଷୟ ଲୋକମାନଙ୍କୁ ପାପ କରିବା ନିମନ୍ତେ ପ୍ରଲୋଭୀତ କରେ ସେହିସବୁ ନିଶ୍ଚୟ ଘଟିବ” (ୟୁଡିବୀ) କିମ୍ବା “ପ୍ରଲୋଭନ ଯାହା ଆସେ ତାହାକୁ ବାଧା ଦେବା ଅସମ୍ଭବ ଅଟେ” କିମ୍ବା “ଲୋକମାନଙ୍କୁ ପାପ କରିବାକୁ ଯେଉଁ ପ୍ରଲୋଭନ ଆସେ ତାହା ବନ୍ଦ କରିବା ଅସମ୍ଭବ ଅଟେ”।

କିନ୍ତୁ ଯାହା ଦ୍ୱାରା ତାହା ଘଟିବ

“ଯିଏ ପ୍ରଲୋଭନ ଆସିବାର କାରଣ ହୁଏ” କିମ୍ବା “ଯେ କୌଣସି ବ୍ୟକ୍ତି ଲୋକମାନଙ୍କର ପ୍ରଲୋଭୀତ ହେବାର କାରଣ ହୁଏ”

ବରଂ ତାହା ବେକରେ ଗୋଟିଏ ଚକିପଥର ଟଙ୍ଗାଯାଇ ତାହାକୁ ସମୁଦ୍ରରେ ନିକ୍ଷେପ କରାଯାଇଥିଲେ

ଏହା ଏହିପରି ପ୍ରତ୍ୟକ୍ଷ ବାକ୍ୟାଂଶରେ ଅନୁବାଦ କରାଯାଇପାରେ: “ଯଦି ସେମାନେ ତାହାର ବେକ ଚାରିଆଡେ ଗୋଟିଏ ଚକିପଥର ଟଙ୍ଗାଇ ତାହାକୁ ସମୁଦ୍ରରେ ନିକ୍ଷେପ କରିଥିଲେ” କିମ୍ବା “ଯଦି କେହିଜଣେ ତାହାର ବେକ ଚାରିଆଡେ ଗୋଟିଏ ଓଜନିଆ ପଥର ଟଙ୍ଗାଇ ତାହାକୁ ସମୁଦ୍ରରେ ଠେଲିଦେଇଥିଲେ।” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଗୋଟିଏ ଚକିପଥର

ଏହା ଏକ ବହୁତ ବଡ଼, ଓଜନିଆ ବୃତ୍ତାକାର ପଥର ଯାହା ଗହମ ଶସ୍ୟକୁ ପେଷି ମଇଦାରେ ପରିଣତ କରିବା ନିମନ୍ତେ ବ୍ୟବହାର କରାଯାଏ। ଏହା ଏହିପରି ଅନୁବାଦ କରାଯାଇପାରେ “ଗୋଟିଏ ଓଜନିଆ ପଥର”

ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ

ଏହା ଏହିପରି ଅନୁବାଦ କରାଯାଇପାରେ “ଛୋଟ ଶିଶୁ” କିମ୍ବା “ଯେଉଁ ଲୋକମାନଙ୍କର ବିଶ୍ୱାସ ଅଳ୍ପ ଅଛି”।

ବିଘ୍ନର କାରଣ

ଏହା ଏହିପରି ଅନୁବାଦ କରାଯାଇପାରେ “ପାପ କରିବାକୁ”।