Door43-Catalog_or_tn/LUK/16/27.md

3.0 KiB

(ଯୀଶୁ ଆପଣା କାହାଣୀ କହି ଆସୁଅଛନ୍ତି)।

ତୁମ୍ଭେ ତାହାକୁ ମୋହର ପିତାଙ୍କ ଗୃହକୁ ପଠାଉନ୍ତୁ

ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭେ ଲାଜାରକୁ ମୋହର ପିତାଙ୍କ ଗୃହକୁ ଯିବା ନିମନ୍ତେ କୁହନ୍ତୁ” କିମ୍ବା “ଦୟାକରି, ତାହାକୁ ମୋହର ପିତାଙ୍କ ଗୃହକୁ ପଠାଉନ୍ତୁ।”

ମୋହର ପିତାଙ୍କ ଗୃହକୁ

“ମୋହର ପରିବାର।” ଏହା ସମ୍ଭବତଃ ଭୌତିକ ଗୃହକୁ ଦର୍ଶାଉ ନାହିଁ। ଏହି ଧନୀ ଲୋକ ଚାହୁଁଥିଲେ ଲାଜାର ତାହାଙ୍କ ପରିବାରର ସଦସ୍ୟଙ୍କୁ ସତର୍କ କରାନ୍ତୁ। ଯଦିଓ ସେମାନେ ଆପଣା ପିତାଙ୍କ ଗୃହରେ ବାସ କରୁ ନ ଥିଲେ।

ଯେପରି ସେ ସେମାନଙ୍କୁ ସତର୍କ କରି ପାରିବେ

ଏହା ଏହିପରି ଅନୁବାଦ କରାଯାଇପାରେ “ସେମାନଙ୍କୁ ସତର୍କ କରିବା ନିମନ୍ତେ ଲାଜାରଙ୍କୁ କୁହନ୍ତୁ।”

ସେମାନେ ମଧ୍ୟ ଯେପରି ଏହି ଯନ୍ତ୍ରଣାମୟ ସ୍ଥାନକୁ ନ ଆସନ୍ତି

ଏହା ଏହିପରି ଅନୁବାଦ କରାଯାଇପାରେ “ତେବେ ସେମାନେ ମଧ୍ୟ ନ ଆସନ୍ତୁ” (ୟୁଡିବୀ) କିମ୍ବା “ଯଦି ସେମାନେ ସତର୍କ କରା ନ ଯିବେ,ହୋଇପାରେ ସେମାନେ ଏଠାକୁ ଆସିବେ।” ଯେହେତୁ ଏହା ଏକ ଅବ୍ୟକ୍ତ ସୂଚନା ଯାହା ସେମାନେ ମନପରିବର୍ତ୍ତନ ଦ୍ୱାରା ସେଠାରେ ଯିବା ନିମନ୍ତେ ନିବାରଣ କରୁଅଛନ୍ତି, ଏହି ଅବ୍ୟକ୍ତ ସୂଚନାକୁ ସ୍ପଷ୍ଟ କରାଯାଇପାରେ, ଯେପରି “ଯେପରି ସେମାନେ ମନପରିବର୍ତ୍ତନ କରିବେ ଓ ଏଠାକୁ ଆସିବେ ନାହିଁ।” (ଦେଖନ୍ତୁ ଅବ୍ୟକ୍ତ ସୂଚନା)

ନରକଯନ୍ତ୍ରଣାରେ

ଏହା ଏହିପରି ଅନୁବାଦ କରାଯାଇପାରେ “ଯେଉଁ ସ୍ଥାନରେ ଆମ୍ଭେମାନେ ନରକଯନ୍ତ୍ରଣାରେ ପୀଡିତ ହେଉ” କିମ୍ବା “ଯେଉଁ ସ୍ଥାନରେ ଆମ୍ଭେମାନେ ଭୟଙ୍କର ଯନ୍ତ୍ରଣାରେ ପୀଡିତ ହେଉ” କିମ୍ବା “ଯେଉଁ ସ୍ଥାନରେ ଆମ୍ଭେମାନେ ନିର୍ଯ୍ୟାତିତ ହେଉଅଛୁ”