Door43-Catalog_or_tn/LUK/16/24.md

1.7 KiB

(ଯୀଶୁ ଆପଣା କାହାଣୀ କହି ଆସୁଅଛନ୍ତି)।

ଆଉ ସେ ଡାକି, କହିଲା

“ଆଉ ସେହି ଧନୀ ଲୋକ କହିବା ନିମନ୍ତେ ଡାକିଲା” କିମ୍ବା “ସେ ଅବ୍ରହାମଙ୍କୁ ଚିତ୍କାର କରି କହିଲା”

ମୋତେ ଦୟା କରନ୍ତୁ

ଏହା ଏହିପରି ଅନୁବାଦ କରାଯାଇପାରେ “ଦୟାକରି ମୋ ଉପରେ କୃପା କରନ୍ତୁ,” କିମ୍ବା “ଦୟାକରି ମୋତେ ଅନୁଗ୍ରହ କରନ୍ତୁ”।

ଲାଜାରକୁ ପଠାଇଦିଅନ୍ତୁ

ଏହା ଏହିପରି ଅନୁବାଦ କରାଯାଇପାରେ “ଲାଜାରକୁ ପଠାଇବା ଦ୍ଵାରା” କିମ୍ବା “ଦୟାକରି ଲାଜାରକୁ ମୋ ନିକଟକୁ ପଠାନ୍ତ ” କିମ୍ବା “ଆଉ ଲାଜାରକୁ କହନ୍ତୁ ମୋ ପାଖକୁ ଆସିବା ନିମନ୍ତେ।”

ଯେପରି ସେ ଅଙ୍ଗୁଳିର ଟିପ ବୁଡାଇ

ଏହା ଇଙ୍ଗିତ କରେ ଯେ, ଅଳ୍ପ ପରିମାଣ ନିମନ୍ତେ ଅନୁରୋଧ। ଏହା ଏହିପରି ଅନୁବାଦ କରାଯାଇପାରେ “ସେ ଆପଣା ଅଙ୍ଗୁଳିର ଟିପ ଓଦା କରି।”

ମୁଁ ଏହି ନିଆଁରେ କଲବଲ ହେଉଅଛି

“ମୁଁ ଏହି ଅଗ୍ନିରେ ଭୟଙ୍କର ଯନ୍ତ୍ରଣା ପାଉଅଛି” କିମ୍ବା “ମୁଁ ଏହି ନିଆଁରେ ଭୟଙ୍କର ପୀଡିତ ହେଉଅଛି”