Door43-Catalog_or_tn/LUK/16/22.md

2.7 KiB

(ଯୀଶୁ ଆପଣା କାହାଣୀ କହି ଆସୁଅଛନ୍ତି।)

କାଳକ୍ରମେ ଏହିପରି ହେଲା

ଏହି ବାକ୍ୟାଂଶ ଏଠାରେ କାହାଣୀର ଏକ ନୂତନ ଅଂଶକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହାର କରାଯାଇଛି। ଯଦି ଆପଣଙ୍କ ଭାଷାରେ ଏହିପରି କରିବାର ଶୈଳୀ ଥାଏ, ଆପଣମାନେ ଏଠାରେ ବ୍ୟବହାର କରିବା ନିମନ୍ତେ ଚିନ୍ତା କରିପାରନ୍ତି।

ଆଉ ଦୂତମାନଙ୍କ ଦ୍ଵାରା ଅବ୍ରହାମଙ୍କ କୋଳକୁ ନିଆଗଲା

“ଆଉ ଦୂତମାନେ ଲାଜାରକୁ ବହି ଅବ୍ରହାମଙ୍କ କୋଳକୁ ନେଇଗଲେ”

ଅବ୍ରହାମଙ୍କ କୋଳ

ଦୃଶ୍ୟମାନ ଭାବରେ ଅବ୍ରହାମ ଓ ଲାଜାର ଭୋଜିରେ ପରସ୍ପର ଆଉଜିଲେ, ଆଉ ଲାଜାରଙ୍କ ମସ୍ତକ ଅବ୍ରହାମଙ୍କ ଛାତି ପାଖରେ ଥିଲା। ଏହା ହେଉଛି, ଭୋଜି ନିମନ୍ତେ ଅତିଥିକୁ ନିମନ୍ତ୍ରଣ କରିବାର ଗ୍ରୀକ୍ ଶୈଳୀ । ଏହି ବାକ୍ୟାଂଶ ଏହିପରି ଅନୁବାଦ କରାଯାଇପାରେ “ଅବ୍ରହାମଙ୍କ ପାର୍ଶ୍ଵରେ” କିମ୍ବା “ଅବ୍ରହାମଙ୍କ ଉପରେ” କିମ୍ବା “ଅବ୍ରହାମଙ୍କ ଉପରେ ଆଉଜିଲେ” କିମ୍ବା “ଅବ୍ରହାମଙ୍କ ପରେ ବସିଲେ”

ନରକଯନ୍ତ୍ରଣାରେ

“ଯେଉଁଠାରେ ସେ କ୍ରମାଗତ ଭାବରେ ଯନ୍ତ୍ରଣା ପାଉଥିଲା” କିମ୍ବା “ଯେତେବେଳେ ସେ ଗୁରୁତର ଯନ୍ତ୍ରଣାରେ ପୀଡିତ ଥିଲା”

ଉପରକୁ ଚାହିଁ

ଏହା ଏକ ଉଦାହରଣ ଅଟେ ଯାହାର ଅର୍ଥ “ସେ ଉପରକୁ ଦେଖିଲା”। (ଦେଖନ୍ତୁ: ଉଦାହରଣ)

ଓ ତାଙ୍କ କଳରେ ଲାଜାରକୁ ଦେଖିଲା

ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ଆଉ ଲାଜାର ଅବ୍ରହାମଙ୍କ ଉପରେ ଆଉଜିଥିଲା” କିମ୍ବା “ଆଉ ଲାଜାର ତାଙ୍କ ପାଖରେ ବସିଥିଲା” କିମ୍ବା “ଆଉ ଲାଜାର ତାଙ୍କ ସହିତ ଥିଲା”।