Door43-Catalog_or_tn/LUK/16/19.md

4.0 KiB

(ଯୀଶୁ କହି ଆସୁଅଛନ୍ତି।)

ଜଣେ ଧନୀ ଲୋକ

ଏହା ସ୍ପଷ୍ଟ ନୁହେଁ ଯେ ଏହା ଏକ ପ୍ରକୃତ ବ୍ୟକ୍ତି କି ନା, କିମ୍ବା ସରଳଭାବରେ ଏକ କାହାଣୀ ଅଟେ ଯାହା ଯୀଶୁ ଏହାର ଆବଶ୍ୟକତା ସୂଚ଼ିତ କରିବା ନିମନ୍ତେ କହିଲେ।

ସେ ବାଇଗଣିଆ ଓ ସୂକ୍ଷ ସୂତାରେ ନିର୍ମିତ ବସ୍ତ୍ର ପିନ୍ଧୁଥିଲା

“ସେ ସୂକ୍ଷ ସୂତାରେ ନିର୍ମିତ ଓ ବାଇଗଣିଆ ରଙ୍ଗର ବସ୍ତ୍ର ପିନ୍ଧୁଥିଲା” କିମ୍ବା “ସେ ବହୁମୂଲ୍ୟ ବସ୍ତ୍ର ପିନ୍ଧୁଥିଲା” ବାଇଗଣିଆ ରଙ୍ଗର ସୂକ୍ଷ ସୂତାରେ ନିର୍ମିତ ବସ୍ତ୍ର ବହୁମୂଲ୍ୟ ହେଉଥିଲା।

ମହା ଆଡମ୍ବରରେ ପ୍ରତିଦିନ ଆମୋଦପ୍ରମୋଦ କରୁଥିଲା

ଏହା ଏହିପରି ଅନୁବାଦ କରାଯାଇପାରେ “ପ୍ରତ୍ୟେକ ଦିନ ଭୋଜି କରୁଥିଲା” କିମ୍ବା “ପ୍ରତିଦିନ ବହୁମୂଲ୍ୟ ଖାଦ୍ୟ ଖାଇ ଆମୋଦପ୍ରମୋଦ କରୁଥିଲା” କିମ୍ବା “ଅତ୍ୟଧିକ ଧନ ବ୍ୟୟ କରୁଥିଲା ଓ ଯାହା ସେ ଇଚ୍ଛା କଲା ତାହା କ୍ରୟ କରୁଥିଲା”।

ତାହାର ଫାଟକ ପାଖରେ ଲାଜାର ବୋଲି ଜଣେ ଭିକାରୀ ପଡ଼ି ରହିଥିଲାa

“ତାହାର ଫାଟକ ପାଖରେ ଲୋକମାନେ ଲାଜାର ବୋଲି ଜଣେ ଭିକାରୀକୁ ଶୁଆଇ ଦେଇ ଆସୁଥିଲେ”

ଭିକାରୀ

“ଯେଉଁ ଦରିଦ୍ର ଲୋକ ଖାଦ୍ୟ ନିମନ୍ତେ ଲୋକମାନଙ୍କୁ ମାଗେ”

ତାହାର ଫାଟକ ପାଖରେ

“ଧନୀ ଲୋକର ଗୃହର ଫାଟକ ପାଖରେ” କିମ୍ବା “ଧନୀ ଲୋକର ସମ୍ପତ୍ତିର ପ୍ରବେଶ ଦ୍ଵାରରେ”

ଘାଆ ଭର୍ତ୍ତି ହୋଇଥିଲା

“ଦେହଯାକ ଘାଆ ଭର୍ତ୍ତି ହୋଇଥିଲା”।

ଖାଇବାକୁ ବ୍ୟାକୁଳ ହେଉଥିଲା

“ଖାଇବାକୁ ଇଚ୍ଛା କରୁଥିଲା” କିମ୍ବା “ଖାଇବାକୁ ସେ ଅନୁମତି ପାଉ ବୋଲି ଇଚ୍ଛା କରୁଥିଲା”

ଧନୀ ଲୋକର ମେଜରୁ ପଡିବା ଅଇଣ୍ଠା

ଏହା ଏହିପରି ଅନୁବାଦ କରାଯାଇପାରେ “ଯେତେବେଳେ ଧନୀ ଲୋକ ଖାଉଥିଲା ତାହାର ମେଜରୁ ଆକସ୍ମିକ ଭାବରେ ପଡୁଥିବା ଗୁଣ୍ଡାଗୁଣ୍ଡି” କିମ୍ବା “ଧନୀ ଲୋକର ମେଜରୁ ଫୋଫାଡା ଯାଉଥିବା ବଳକା ଖାଦ୍ୟ”।

ଆଉ ତାହାର ପାର୍ଶ୍ଵରେ

ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ଏହା ସହିତ” କିମ୍ବା “ସୁଦ୍ଧା”। ଏହା ଦର୍ଶାଏ ଯେ ଯାହା ପରେ ଆସିବ ତାହା ସୁଦ୍ଧା ଯାହା ଲାଜାର୍ ବିଷୟରେ କୁହାଗଲା ତା'ଠାରୁ ଅଧିକ ମନ୍ଦ ଥିଲା।

କୁକୁରଗୁଡାକ

କୁକୁରଗୁଡାକ ଅପରିଷ୍କାର ପଶୁ ଥିଲା। ଲାଜାର ବହୁତ ରୋଗୀ ଓ ଦୁର୍ବଳ ଥିବା ହେତୁ ଆପଣା ଘାଆସବୁ ଚାଟିବାକୁ କୁକୁର ଗୁଡାକକୁ ମନା କରିପାରୁ ନ ଥିଲା।