Door43-Catalog_or_tn/LUK/16/16.md

2.3 KiB

(ଯୀଶୁ ଫାରୁଶୀମାନଙ୍କୁ ଶିକ୍ଷା ଦେଇ ଆସୁଅଛନ୍ତି।)

ବ୍ୟବସ୍ଥା ଓ ଭାବବାଦୀମାନଙ୍କ

ଏହା ସେହି ସମୟରେ ଲେଖାଯାଇଥିବା ଈଶ୍ଵରଙ୍କ ସମସ୍ତ ବାକ୍ୟକୁ ଦର୍ଶାଏ।

ଯୋହନ ଆସିଲେ

ଏହା ଏହିପରି ଅନୁବାଦ କରାଯାଇପାରେ “ବାପ୍ତିଜକ ଯୋହନ ଆସିଲେ ଓ ପ୍ରଚାର କଲେ”।

ଈଶ୍ଵରଙ୍କ ରାଜ୍ୟର ସୁସମାଚାର ପ୍ରଚାରିତ ହେଉଅଛି

ଏହା ଏହିପରି ଅନୁବାଦ କରାଯାଇପାରେ “ଆମ୍ଭେମାନେ ଲୋକମାନଙ୍କ ନିକଟରେ ଈଶ୍ଵରଙ୍କ ରାଜ୍ୟର ସୁସମାଚାର ବିଷୟରେ ପ୍ରଚାର କରୁଅଛୁ।”

ପ୍ରତ୍ୟେକ ଲୋକ ପରାକ୍ରମପୂର୍ବକ ସେଥିରେ ପ୍ରବେଶ କରୁଅଛନ୍ତି

ଏହା ଏହିପରି ଅନୁବାଦ କରାଯାଇପାରେ “ଅନେକ ଲୋକ ପ୍ରତ୍ୟେକ ବିଷୟ କରୁଅଛନ୍ତି ଯେପରି ସେମାନେ ସେଥିରେ ପ୍ରବେଶ କରି ପାରିବେ।” ଏହା ସେହି ଲୋକମାନଙ୍କୁ ଦର୍ଶାଏ ଯେଉଁମାନେ ଯୀଶୁଙ୍କ ଶିକ୍ଷାକୁ ଶୁଣୁଥିଲେ ଓ ଗ୍ରହଣ କରୁଥିଲେ।

ବରଂ ଆକାଶ ଓ ପୃଥିବୀ ଲୋପ ପାଇବା ସହଜ

“ଯେପରି ତୁମ୍ଭେମାନେ ଜାଣ ଯେ ସ୍ଵର୍ଗ ଓ ପୃଥିବୀ କଦାପି ଲୋପ ପାଇବ ନାହିଁ, ତାହା ତୁମ୍ଭେମାନେ ନିଶ୍ଚିତ ଅଟ”

ବ୍ୟବସ୍ଥାର ଏକ ବିନ୍ଦୁ

“ବ୍ୟବସ୍ଥାର ଅତି ଛୋଟ ଅଂଶ।” ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ବ୍ୟବସ୍ଥାର ଅତି ଛୋଟ ତଥ୍ୟ”।

ଲୋପ ପାଇବା ଅପେକ୍ଷା

“ବ୍ୟବସ୍ଥାରୁ ବାଦ୍ ହେବା ଅପେକ୍ଷା”