Door43-Catalog_or_tn/LUK/16/08.md

3.2 KiB

(ଯୀଶୁ ଆପଣା କାହାଣୀ କହି ଆସୁଅଛନ୍ତି।)

ପ୍ରଭୁ … ପ୍ରଶଂସା କଲେ

ଋଣୀ ଯାହାର ଋଣ ସେହି ବେବର୍ତ୍ତା କମ୍ କଲା ସମ୍ଭବତଃ ସେମାନେ ଭାବିଥିବେ ଯେ, ପ୍ରଭୁ ବେବର୍ତ୍ତାକୁ ଆଦେଶ ଦେଲେ ତାହା କମ୍ କରିବା ନିମନ୍ତେ, ତେଣୁ ସେମାନେ ପ୍ରଭୁଙ୍କର ପ୍ରଶଂସା କରିଥିବେ ତାହାଙ୍କର ଉଦାରତା ନିମନ୍ତେ।

ପ୍ରଶଂସା କଲେ

“ଗୁଣଗାନ କଲେ” କିମ୍ବା “ଭଲକଥା କହିଲେ” କିମ୍ବା “ଅନୁମୋଦନ କଲେ”

ସେ ବୁଦ୍ଧି ସହିତ କାର୍ଯ୍ୟ କଲେ

“ସେ ଚତୁର ଭାବରେ କାର୍ଯ୍ୟ କଲେ” କିମ୍ବା “ସେ ଏକ ଯୁକ୍ତିଯୁକ୍ତ ବିଷୟ କଲେ”

ଏହି ଯୁଗର ସନ୍ତାନମାନେ

ଏହା ସେହି ଅଧାର୍ମିକ ବେବର୍ତ୍ତା ସଦୃଶ୍ୟ ଲୋକମାନଙ୍କୁ ଦର୍ଶାଏ ଯେଉଁମାନେ ଈଶ୍ଵରଙ୍କ ବିଷୟରେ ଜାଣନ୍ତି ନାହିଁ ବା ଧ୍ୟାନ ଦିଅନ୍ତି ନାହିଁ। ଏହା ଏହିପରି ଅନୁବାଦ କରାଯାଇପାରେ “ଏହି ଜଗତର ଲୋକମାନେ” କିମ୍ବା “ଜାଗତିକ ଲୋକମାନେ”।

ଆଲୋକର ସନ୍ତାନମାନଙ୍କ

ଏହା ଧାର୍ମିକ ଲୋକମାନଙ୍କୁ ଦର୍ଶାଏ ଯେଉଁମାନଙ୍କ ନିକଟରେ ଲୁଚାଇବା ନିମନ୍ତେ କିଛି ନାହିଁ। ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ଆଲୋକର ଲୋକମାନେ” କିମ୍ବା “ଯେଉଁ ଲୋକମାନେ ଆଲୋକରେ ଜୀବନଯାପନ କରନ୍ତି।

ମୁଁ ମଧ୍ୟ ତୁମ୍ଭମାନଙ୍କୁ କହୁଅଛି

“ମୁଁ” ଏହା ଯୀଶୁଙ୍କୁ ଦର୍ଶାଏ। ଯୀଶୁ ଆପଣା କାହାଣୀ କହିବା ସମାପ୍ତ କରିଛନ୍ତି। ଏହି ବାକ୍ୟାଂଶ “ମୁଁ ତୁମ୍ଭମାନଙ୍କୁ କହୁଅଛି” ଏହା ତାହାଙ୍କ କଥାର ପରିବର୍ତ୍ତନର ଚିହ୍ନ ଅଟେ ଯାହା ଲୋକମାନେ କିପରି ଏହାକୁ ଆପଣା ଜୀବନରେ ପ୍ରୟୋଗ କରିବେ।

ଅଧର୍ମ ଧନରେ

ଏହା ଭୌତିକ ଧନକୁ ଦର୍ଶାଏ। ଏହା ବସ୍ତ୍ର, ଖାଦ୍ୟ, ଅର୍ଥ(ଟଙ୍କା), ବହୁମୂଲ୍ୟ ଜିନିଷକୁ ଅନ୍ତର୍ଭୁକ୍ତ କରେ।

ନିତ୍ୟସ୍ଥାୟୀ ବାସସ୍ଥାନ

ଏହା ସ୍ୱର୍ଗକୁ ଦର୍ଶାଏ, ଯେଉଁଠାରେ ଈଶ୍ୱର ବାସ କରନ୍ତି।