Door43-Catalog_or_tn/LUK/15/28.md

2.0 KiB

(ଯୀଶୁ ଆପଣା ଦୃଷ୍ଟାନ୍ତ ଦେଇ ଆସୁଅଛନ୍ତି।)

କେବେହେଲେ ତୁମ୍ଭର ଆଜ୍ଞା ଲଙ୍ଘନ କରି ନାହିଁ

“ତୁମ୍ଭର କୌଣସି ହେଲେ ଆଜ୍ଞା ଅମାନ୍ୟ କରି ନାହିଁ” କିମ୍ବା “ଯାହା ତୁମ୍ଭେ ମୋତେ କରିବାକୁ କହିଲ ତାହା ସର୍ବଦା ମୁଁ ପାଳନ କଲି” (ୟୁଡିବୀ)।

ଉତ୍ସବ କରିବାକୁ

ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ସମାରହ କରିବାକୁ”।

ତୁମ୍ଭର ପୁତ୍ର

“ତୁମ୍ଭର ସେହି ପୁତ୍ର” ଏହା ବଡ଼ ପୁଅ ଆପଣା ସାନ ଭାଇ ନିମନ୍ତେ ଏହି ପ୍ରକାରେ କହି ଏହା ପ୍ରକାଶ କରୁଅଛି ଯେ ସେ କେତେ କ୍ରୋଧିତ ଅଟେ।

ବେଶ୍ୟାମାନଙ୍କ ସହିତ ତୁମ୍ଭର ସର୍ବସ୍ଵ ଖାଇ ଉଡାଇଦେଇଅଛି

ଏହା ଏହିପରି ଅନୁବାଦ କରାଯାଇପାରେ “ବେଶ୍ୟାମାନଙ୍କ ନିମନ୍ତେ ତୁମ୍ଭର ସମସ୍ତ ସମ୍ପତ୍ତି ଅପବ୍ୟୟ କଲା” କିମ୍ବା “ବେଶ୍ୟାମାନଙ୍କୁ ଦେଇ ତୁମ୍ଭର ସମସ୍ତ ଧନ ଉଡାଇଦେଲା”।

ମୋଟା ବାଛୁରୀ

ଏହା ଏହିପରି ଅନୁବାଦ କରାଯାଇପାରେ “ସବୁଠୁ ଭଲ ବାଛୁରୀ” କିମ୍ବା “ଅଳ୍ପ ବୟସର ଗାଈ ଯାହାକୁ ଆମ୍ଭେମାନେ ବହୁତ ଖାଦ୍ୟ ଦେଇଆସୁଅଛୁ” କିମ୍ବା “ଅଳ୍ପ ବୟସର ପଶୁ ଯାହାକୁ ଆମ୍ଭେମାନେ ମୋଟା କରିଆସୁଅଛୁ”