Door43-Catalog_or_tn/LUK/15/22.md

4.0 KiB

(ଯୀଶୁ ଆପଣା ଦୃଷ୍ଟାନ୍ତ ଦେଇ ଆସୁଅଛନ୍ତି।)

ସବୁଠାରୁ ଭଲ ଲୁଗା

“ଗୃହରେ ଥିବା ସବୁଠାରୁ ଭଲ ଲୁଗା।” ଏହି ଲୁଗା ଏକ ଲମ୍ବା ବସ୍ତ୍ର ଅଟେ ଯାହା ଅନ୍ୟ ଲୁଗା ଉପରେ ପିନ୍ଧୁଥିଲେ। ଯେଉଁସ୍ଥାନରେ ଏହି ଲମ୍ବା ବସ୍ତ୍ର ବିଷୟରେ ଜାଣି ନାହାଁନ୍ତି, ତେବେ ଏହା ଏହିପରି ଅନୁବାଦ କରାଯାଇପାରେ “ସବୁଠାରୁ ଭଲ ଆବରଣ” କିମ୍ବା “ସବୁଠାରୁ ଭଲ ବସ୍ତ୍ର।”

ତାହାର ହାଥରେ ମୁଦି ପିନ୍ଧାଅ

ଏକ ମୁଦି, ଅଧିକାରର ଚିହ୍ନ ଅଟେ ଯାହା ଲୋକମାନେ ଆଙ୍ଗୁଠିରେ ପିନ୍ଧୁଥିଲେ।

ପାଦୁକା

ପାଦୁକା ଏକ ପ୍ରକାର ଯୋତା ଅଟେ। ଯେଉଁସ୍ଥାନରେ ପାଦୁକା ବିଷୟରେ ଜାଣି ନାହାଁନ୍ତି, ତେବେ ଏହା ଏହିପରି ଅନୁବାଦ କରାଯାଇପାରେ “ଯୋତା”।

ମୋଟା ବାଛୁରୀ

ବାଛୁରୀ ହେଉଛି ଏକ ଅଳ୍ପ ବୟସ୍କ ଗାଈ। ଲୋକମାନେ ଆପଣା ବାଛୁରୀମାନଙ୍କୁ ଏକ ବିଶେଷ ପ୍ରକାର ଖାଦ୍ୟ ଦେଉଥିଲେ ଯେପରି ସେମାନେ ଭଲ ଭାବରେ ବଢ଼ିବେ, ଆଉ ଯେବେ କୌଣସି ବିଶେଷ ଭୋଜି ହୁଏ ସେମାନେ ଏହାକୁ ଖାଇ ପାରନ୍ତି। ଏହା ଏହିପରି ଅନୁବାଦ କରାଯାଇପାରେ “ସବୁ ଠାରୁ ଭଲ ବାଛୁରୀ” କିମ୍ବା “ଏକ ଅଳ୍ପ ବୟସ୍କ ଗାଈ ଯାହାକୁ ଆମ୍ଭେମାନେ ବହୁତ ଖାଦ୍ୟ ଦେଇ ଆସୁଅଛୁ” କିମ୍ବା “ଏକ ଅଳ୍ପ ବୟସ୍କ ପଶୁ ଯାହାକୁ ଆମ୍ଭେମାନେ ମୋଟା କରି ଆସୁଅଛୁ”।

ଓ ଏହାକୁ ମାର

ଏହି ଅବ୍ୟକ୍ତ ସୂଚନା ଯାହା ସେମାନେ ମାଂସ ରାନ୍ଧିଲେ ଏହାକୁ ସ୍ପଷ୍ଟ କରାଯାଇପାରେ : “ଏହାକୁ ମାରିଲେ ଓ ଏହାକୁ ରାନ୍ଧିଲେ।” (ଦେଖନ୍ତୁ : ଅବ୍ୟକ୍ତ ସୂଚନା ଓ ସ୍ପଷ୍ଟ)

ମୋହର ଏହି ପୁଅ ମୃତ ହୋଇଥିଲା ଓ ବର୍ତ୍ତମାନ ବଞ୍ଚିଲା

ଏହା ଏକ ଉଦାହରଣ ଅଟେ। ଏହା ଉପମା ରୂପେ ଏହିପରି ଅନୁବାଦ କରାଯାଇପାରେ: “ଏହା, ଯେପରି ମୋହର ଏହି ପୁଅ ମୃତ ହୋଇଥିଲା ଓ ପୁନର୍ବାର ବଞ୍ଚିଲା” କିମ୍ବା “ମୋହର ପୁଅ ମୃତ ବୋଲି ମୁଁ ଭାବୁଥିଲି, କିନ୍ତୁ ସେ ଜୀବିତ ଅଛି।” (ଦେଖନ୍ତୁ: ଉଦାହରଣ)

ସେ ହଜିଯାଇଥିଲା ଓ ବର୍ତ୍ତମାନ ମିଳିଲା

ଏହା ଏକ ଉଦାହରଣ ଅଟେ। ଏହା ଉପମା ରୂପେ ଏହିପରି ଅନୁବାଦ କରାଯାଇପାରେ: “ଏହା, ଯେପରି ମୋହର ଏହି ପୁଅ ହଜିଯାଇଥିଲା ଓ ପୁନର୍ବାର ମିଳିଲା” କିମ୍ବା “ମୋହର ପୁଅ ହଜିଯାଇଯାଇଛି ବୋଲି ମୁଁ ଭାବୁଥିଲି, କିନ୍ତୁ ସେ ମିଳିଲା” କିମ୍ବା “ମୋହର ଏହି ପୁଅ ହଜିଯାଇଥିଲା ଓ ପୁନର୍ବାର ଗୃହକୁ ଫେରିଲା” (ଦେଖନ୍ତୁ: ଉଦାହରଣ)