Door43-Catalog_or_tn/LUK/15/20.md

2.2 KiB

(ଯୀଶୁ ଆପଣା ଦୃଷ୍ଟାନ୍ତ ଦେଇ ଆସୁଅଛନ୍ତି।)

ସାନ ପୁଅ ଉଠି ଆପଣା ପିତା ନିକଟକୁ ଗଲା

“ସେ ସେହି ଦେଶ ପରିତ୍ୟାଗ କରି ଆପଣା ପିତା ନିକଟକୁ ଫେରିଲା।”

ଦୟାରେ ବିଗଳିତ ହେଲେ ଓ ଦୌଡ଼ିଯାଇ

“ତାହା ଉପରେ ଦୟା କଲେ” କିମ୍ବା “ଆପଣା ହୃଦୟର ଗଭୀରତାରୁ ତାହାକୁ ପ୍ରେମ କଲେ”

ଆଲିଙ୍ଗନ କରି ଅତି ସ୍ନେହରେ ଚୁମ୍ବନ କଲେ

ପିତା ଆପଣା ପୁତ୍ରକୁ ଏହା ଦେଖାଇବା ନିମନ୍ତେ ଏହା କଲେ ଯେ ସେ ତାହାକୁ ପ୍ରେମ କଲେ ଓ ପୁତ୍ର ଘରକୁ ଫେରିବାରୁ ସେ ଆନନ୍ଦିତ ଥିଲେ। ଯଦି ଲୋକମାନେ ଚିନ୍ତା କରନ୍ତି ଯେ, ଲୋକମାନଙ୍କ ନିମନ୍ତେ ଆପଣା ପୁତ୍ରକୁ ଆଲିଙ୍ଗନ କରିବା ଓ ଚୁମ୍ବନ କରିବା ବିଚିତ୍ର ଓ ଭୁଲ ଅଟେ, ଆପଣମାନେ ବିକଳ୍ପ ଭାବରେ ଅନୁବାଦ କରନ୍ତୁ ଆପଣଙ୍କ ସଂସ୍କୃତିରେ କିପରି ଏକ ବ୍ୟକ୍ତି ଅନ୍ୟ ବ୍ୟକ୍ତିକୁ ସ୍ନେହ ଦେଖାଇପାରେ। କିମ୍ବା ଆପଣମାନେ ସାଧାରଣ ଭାବରେ ଅନୁବାଦ କରିପାରନ୍ତି ଯେପରି “ସ୍ନେହରେ ତାହାକୁ ସ୍ୱାଗତ କଲେ।”

ସ୍ୱର୍ଗ ବିରୁଦ୍ଧରେ ପାପ କଲି

“ଇଶ୍ୱରଙ୍କ ବିରୁଦ୍ଧରେ ପାପ କଲି”

ଆପଣଙ୍କ ଦୃଷ୍ଟିରେ

“ଆପଣଙ୍କ ଉପସ୍ଥିତିରେ।” ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭେ ମୋ' ଠାରେ ପାପ ଦେଖିଅଛ” କିମ୍ବା “ଓ ତୁମ୍ଭେ ଏହି ବିଷୟରେ ଜାଣିଅଛ।”