Door43-Catalog_or_tn/LUK/15/08.md

2.2 KiB

(ଯୀଶୁ ଧର୍ମ ନେତାମାନଙ୍କୁ କହି ଆସୁଅଛନ୍ତି।)

କେଉଁ ସ୍ତ୍ରୀଲୋକ…ଦୀପ ଜାଳି…ଆଉ ତାହା ନ ପାଇବା ପର୍ଯ୍ୟନ୍ତ ଯତ୍ନରେ ଖୋଜେ ନାହିଁ?

ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ। ଯୀଶୁ ଲୋକମାନଙ୍କୁ ସ୍ମରଣ କରାଉଥିଲେ ଯେ, ଯଦି ସେମାନଙ୍କ ମଧ୍ୟରୁ କେହି ଏକ ରୌପ୍ୟ ମୁଦ୍ରା ହଜାଏ, ନିଶ୍ଚିତ ଭାବରେ ସେମାନେ ଯତ୍ନପୂର୍ବକ ତାହା ଖୋଜିବେ। ଏହି ବାକ୍ୟ ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭେମାନେ ଜାଣ ଯେ, ଯଦି ଏକ ସ୍ତ୍ରୀଲୋକର ଦଶ ଗୋଟି ରୌପ୍ୟ ମୁଦ୍ରା ଅଛି ଓ ସେଥି ମଧ୍ୟରୁ ଗୋଟିଏ ହଜାଏ, ସେ ଦୀପ ଜାଳିବ, ଘର ଝାଡିବ ଓ ତାହା ନ ପାଇବା ପର୍ଯ୍ୟନ୍ତ ଯତ୍ନରେ ଖୋଜିବ” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

କେଉଁ ସ୍ତ୍ରୀଲୋକ

ଏହା ଏକ ଆନୁମାନିକ ପରିସ୍ଥିତି ଅଟେ ଓ କୌଣସି ପ୍ରକୃତ ସ୍ତ୍ରୀ ବିଷୟରେ କାହାଣୀ ନୁହେଁ। କେତେକ ଭାଷାରେ ଏହା ଦର୍ଶାଇବାକୁ ଶୈଳୀ ଥାଏ। (ଦେଖନ୍ତୁ: ଆନୁମାନିକ ପରିସ୍ଥିତି)

ସେହି ପ୍ରକାରେ

“ସେହିପରି” କିମ୍ବା “ଯେପରି ଲୋକମାନେ ଏହି ସ୍ତ୍ରୀଲୋକ ସହ ଆନନ୍ଦ କରନ୍ତି”

ଯେ ମନ ପରିବର୍ତ୍ତନ କରେ, ଏପରି ଜଣେ ପାପୀ ନିମନ୍ତେ

ଏହା ଏହିପରି ଅନୁବାଦ କରାଯାଇପାରେ “ଯେତେବେଳେ ଜଣେ ପାପୀ ମନ ପରିବର୍ତ୍ତନ କରେ।”