Door43-Catalog_or_tn/LUK/15/06.md

2.5 KiB

(ଯୀଶୁ ଆପଣା ଦୃଷ୍ଟାନ୍ତ ଦେଇ ଆସୁଅଛନ୍ତି।)

ଆଉ ଯେବେ ସେ ଘରକୁ ଫେରି ଆସେ

“ଯେବେ ମେଣ୍ଢାମାନଙ୍କ ମାଲିକ ଘରକୁ ଫେରି ଆସେ” କିମ୍ବା “ଆଉ ଯେବେ ତୁମ୍ଭେ ଘରକୁ ଆସିବ” (ୟୁଡିବୀ)। ମେଣ୍ଢାମାନଙ୍କ ମାଲିକକୁ ଦର୍ଶାଏ, ଯେପରି ଆପଣମାନେ ପୂର୍ବବର୍ତ୍ତୀ ପଦରେ କଲେ।

ମୁଁ ତୁମ୍ଭମାନଙ୍କୁ କହୁଅଛି

ଏହି ଶବ୍ଦ “ମୁଁ” ଯୀଶୁଙ୍କୁ ଦର୍ଶାଏ। ସେ ଲୋକମାନଙ୍କର ଏକ ଦଳକୁ କହୁଅଛନ୍ତି, ତେଣୁ ଏହି ଶବ୍ଦ “ତୁମ୍ଭମାନଙ୍କୁ” ବହୁବଚନ ଅଟେ। (ଦେଖନ୍ତୁ: ତୁମ୍ଭମାନଙ୍କ ର ପ୍ରକାର)

ସେହିପ୍ରକାରେ

“ସେହିପରି” କିମ୍ବା “ଯେପରି ମେଷପାଳକମାନେ ଓ ତାହାର ବନ୍ଧୁମାନେ ଓ ପ୍ରତିବାସୀମାନେ ଆନନ୍ଦ କରନ୍ତି”

ସେହିପରି ସ୍ୱର୍ଗରେ ଆନନ୍ଦ ହେବ

“ସ୍ୱର୍ଗରେ ପ୍ରତ୍ୟେକ ଜଣ ଆନନ୍ଦିତ ହେବେ”

ଏପରି ଅନେଶ୍ୱତ ଧାର୍ମିକ ଲୋକମାନଙ୍କ ଅପେକ୍ଷା, ଯେ ମନ ପରିବର୍ତ୍ତନ କରେ

“ଯେଉଁ ଅନେଶ୍ୱତ ଲୋକ ଚିନ୍ତା କରନ୍ତି ଯେ, ସେମାନେ ଧାର୍ମିକ ଅଟନ୍ତି ଓ ମନ ପରିବର୍ତ୍ତନ କରିବାର ଆବଶ୍ୟକ ନାହିଁ।” ଯୀଶୁ ଏହା କହୁ ନାହାନ୍ତି ଯେ ପ୍ରକୃତରେ କୌଣସି ଧାର୍ମିକ ଲୋକ ଅଛନ୍ତି। ବରଂ ସେ ଏକ ଅଳଙ୍କାର ବ୍ୟବହାର କଲେ ଯାହାକୁ ବ୍ୟଙ୍ଗୋକ୍ତି କୁହାଯାଏ, କାରଣ ସେ ସେହି ଲୋକମାନଙ୍କୁ କହୁଥିଲେ ଯେଉଁମାନେ ଆପଣା ଆପଣାକୁ ଧାର୍ମିକ ବୋଲି ଛଳନା କରୁଥିଲେ କିନ୍ତୁ ସେମାନେ ଧାର୍ମିକ ନ ଥିଲେ। (ଦେଖନ୍ତୁ: ବ୍ୟଙ୍ଗୋକ୍ତି)