Door43-Catalog_or_tn/LUK/14/34.md

2.5 KiB

(ଯୀଶୁ ତାହାଙ୍କୁ ଅନୁସରଣ କରୁଥିବା ଲୋକସମୂହକୁ କହି ଆସୁଅଛନ୍ତି।)

ଲବଣ ତ ଉତ୍ତମ

“ଲବଣ ବ୍ୟବହାର ଯୋଗ୍ୟ ଅଟେ”

ତେବେ ତାହା କାହିଁରେ ସ୍ୱାଦଯୁକ୍ତ କରାଯିବ

ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ। ଏହା ଏହିପରି ଅନୁବାଦ କରାଯାଇପାରେ “ଏହା ପୂନର୍ବାର ଲବଣାକ୍ତ କରାଯାଇପାରିବ ନାହିଁ” କିମ୍ବା “କେହି ମଧ୍ୟ ଏହାକୁ ଲବଣାକ୍ତ କରି ପାରିବ ନାହିଁ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ତାହା ଭୂମି କିମ୍ବା ଖତଗଦା ନିମନ୍ତେ

“ଖତଗଦା” କୁ ଅନୁବାଦ କରାଯାଇପାରେ “ସାରଗଦା” କିମ୍ବା “ଉର୍ବରକ ପଦାର୍ଥ”। ବଗିଚା ଓ କ୍ଷେତକୁ ଉର୍ବର କରିବା ନିମନ୍ତେ ଖତ ବ୍ୟବହାର କରାଯାଉଥିଲା। ଖାଦ୍ୟ ଯାହା ନଷ୍ଟ ହେଉଥିଲା ତାହା ଉର୍ବରକ ପଦାର୍ଥରେ ମିଶ୍ରଣ କରାଯାଉଥିଲା। କିନ୍ତୁ ଲବଣ ଯଦି ତାହାର ସ୍ୱାଦ ହରାଇଲା ଏହାକୁ ତାହା ନିମନ୍ତେ ମଧ୍ୟ ବ୍ୟବହାର କରାଯାଇପାରନ୍ତ ନାହିଁ। ଏହା ସମ୍ପୂର୍ଣ୍ଣଭାବରେ ଅନାବଶ୍ୟକ ଥିଲା।

ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ

ଏହା ଏକ ଆଦେଶ ରୂପେ ଅନୁବାଦ କରାଯାଇପାରେ: “ଯଦି ତୁମ୍ଭମାନଙ୍କର ଶୁଣିବାକୁ କାନ ଅଛି, ଭଲଭାବେ ଶୁଣ” କିମ୍ବା “ମୁଁ ଯାହା କହୁଅଛି ଯଦି ତୁମ୍ଭେମାନେ ଶୁଣ, ତାହା ଧ୍ୟାନ ଦିଅ।”

ଯାହାର ଶୁଣିବାକୁ କାନ ଅଛି

“ଯେକେହି ଶୁଣିପାରେ” କିମ୍ବା “କେହି ଯଦି ମୋତେ ଶୁଣେ”

ସେ ଶୁଣୁ

“ସେ ଭଲଭାବେ ଶୁଣୁ” କିମ୍ବା “ମୁଁ ଯାହା କହେ ତାହା ପ୍ରତି ସେ ଧ୍ୟାନ ଦେଉ”