Door43-Catalog_or_tn/LUK/14/25.md

3.2 KiB

କେହି ଯେବେ ମୋ' ନିକଟକୁ ଆସି ଆପଣା ପିତାକୁ ଅପ୍ରିୟ ଜ୍ଞାନ ନ କରେ…ସେ ମୋହର ଶିଷ୍ୟ ହୋଇ ପାରେ ନାହିଁ।

ଏହା ମଧ୍ୟ ସାକାରାତ୍ମକ ଭାବରେ ବ୍ୟକ୍ତ କରାଯାଇପାରେ: “କେହି ଯେବେ ମୋ' ନିକଟକୁ ଆସେ, ଯେବେ ସେ ଆପଣା ନିଜ ପିତାକୁ ଅପ୍ରିୟ ଜ୍ଞାନ କରେ, ସେ ହିଁ କେବଳ ମୋହର ଶିଷ୍ୟ ହୋଇପାରେ।”

ଅପ୍ରିୟ ଜ୍ଞାନ

ଅନ୍ୟମାନଙ୍କ ଅପେକ୍ଷା ଅତ୍ୟଧିକ ଭାବରେ ଯୀଶୁଙ୍କୁ ପ୍ରେମ କରିବା କେତେ ମହତ୍ୱପୂର୍ଣ୍ଣ ଏହା ଦର୍ଶାଇବା ନିମନ୍ତେ ଏହା ବର୍ଣ୍ଣନା କରାଯାଇଛି। (ଦେଖନ୍ତୁ: ଅତ୍ୟୁକ୍ତି)। ଯଦି ଏହି ଅତ୍ୟୁକ୍ତି ଅବୁଝା ହୁଏ, ଏହା ଏହିପରି ଅନୁବାଦ କରାଯାଇପାରେ “କେହି ଯେବେ ମୋ' ନିକଟକୁ ଆସେ ଓ ଆପଣା ପିତାକୁ ପ୍ରେମ କରିବା ଅପେକ୍ଷା ମୋତେ ଅଧିକ ପ୍ରେମ କରେ ନାହିଁ…ସେ ମୋହର ଶିଷ୍ୟ ହୋଇପାରେ ନାହିଁ” କିମ୍ବା ସକାରାତ୍ମକ ଭାବରେ ଯେପରି “କେହି ଯେବେ ମୋ' ନିକଟକୁ ଆସେ, ସେ ହିଁ କେବଳ ମୋହର ଶିଷ୍ୟ ହୋଇପାରେ ଯଦି ସେ ଆପଣା ପିତାକୁ ପ୍ରେମ କରିବା ଅପେକ୍ଷା ମୋତେ ଅଧିକ ପ୍ରେମ କରେ।”

ଏପରିକି, ଆପଣା ପ୍ରାଣକୁ ସୁଦ୍ଧା

“ଆଉ ଆପଣା ପ୍ରାଣକୁ ମଧ୍ୟ”

ଯେକେହି ଆପଣା କୃଶ ବହନ କରି ମୋହର ଅନୁଗମନ ନ କରେ, ସେ ମୋହର ଶିଷ୍ୟ ହୋଇ ପାରେ ନାହିଁ

ଏହା ସକାରାତ୍ମକ ଭାବରେ ବ୍ୟକ୍ତ କରାଯାଇପାରେ: “ଯେକେହି ମୋହର ଶିଷ୍ୟ ହେବାକୁ ଇଚ୍ଛା କରେ, ସେ ଆପଣା ନିଜ କୃଶ ବହନ କରିବା ଉଚିତ୍ ଓ ମୋହର ଅନୁଗମନ କରୁ।”

ଆପଣା ନିଜ କୃଶ ବହନ

ଏହାର ଅର୍ଥ “ମରିବା ନିମନ୍ତେ ଇଚ୍ଛା ହେବା।” ଯେଉଁ ଲୋକମାନେ ମୃତ୍ୟୁ ନିମନ୍ତେ ଦୋଷୀସାବ୍ୟସ୍ତ ହୁଅନ୍ତି ବେଳେବେଳେ ସେମାନଙ୍କୁ କୃଶ ବହନ କରିବାକୁ ବାଧା କରାଯାଏ ଯେଉଁଥିରେ ସେମାନେ ଝୁଲାଯିବେ ଓ ବଧ କରାଯିବେ। ଯେଉଁ ଲୋକମାନେ ଯୀଶୁଙ୍କ ଅନୁଗମନ କଲେ ଆସୁଥିବା ତାଡନାରେ ପୀଡିତ ହେବାକୁ ଇଚ୍ଛା ହେବା ଉଚିତ୍।