Door43-Catalog_or_tn/LUK/13/34.md

4.1 KiB
Raw Permalink Blame History

(ଯୀଶୁ ଯିରୂଶାଲମକୁ ପୂର୍ବରୁ ଫାରୂଶୀମାନଙ୍କ ସହିତ କଥାବାର୍ତ୍ତା ହୋଇ ଆସୁଅଛନ୍ତି।)

ଗୋ ଯିରୂଶାଲମ, ଗୋ ଯିରୂଶାଲମ

ଯୀଶୁ ଏପରି କହୁଥିଲେ ଯେପରି ଯିରୂଶାଲମର ଲୋକମାନେ ସେଠାରେ ରହି ତାହାଙ୍କୁ ଶୁଣୁଥିଲେ। ଯୀଶୁ ଏହା ଦୁଇ ଥର କହିଲେ ଏହା ଦର୍ଶାଇବାକୁ ଯେ ସେ କିପରି ସେମାନଙ୍କ ନିମନ୍ତେ ଦୁଃଖିତ ଥିଲେ। (ଦେଖନ୍ତୁ: ସମ୍ବନ୍ଧପଦର ଚିହ୍ନ)

ଭାବବାଦୀମାନଙ୍କ ହତ୍ୟାକାରିଣୀ ଓ ଆପଣା ନିକଟକୁ ପ୍ରେରିତମାନଙ୍କ ପ୍ରସ୍ତରାଘାତକାରିଣୀ

ଯଦି ଏହା ନଗରକୁ ସମ୍ବୋଧନ କରିବା ଅପରିଚିତ ଅଟେ, ଏହାକୁ ତୁମ୍ଭେ ସ୍ପଷ୍ଟ କରିପାର ଯାହା ଯୀଶୁ ପ୍ରକୃତରେ ନଗରର ଲୋକମାନଙ୍କୁ କହୁଥିଲେ: “ଲୋକମାନେ ତୁମ୍ଭେ ଭାବବାଦୀମାନଙ୍କୁ ହତ୍ୟା କଲ ଓ ତୁମ୍ଭମାନଙ୍କ ନିକଟକୁ ଈଶ୍ୱର ପ୍ରେରଣ କରିଥିବା ପ୍ରେରିତମାନଙ୍କୁ ପ୍ରସ୍ତରାଘାତ କଲ”

ତୋହର ସନ୍ତାନମାନଙ୍କୁ ଏକତ୍ରିତ କରିବାକୁ

“ତୋହର ଲୋକମାନଙ୍କୁ ଏକତ୍ରିତ କରିବାକୁ” କିମ୍ବା “ତୁମ୍ଭମାନଙ୍କୁ ଏକତ୍ରିତ କରିବାକୁ”

କୁକ୍‌କୁଟି ଯେପରି ପକ୍ଷତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ

ଏହି ଉଦାହରଣ ବର୍ଣ୍ଣନା କରେ କିପରି ଏକ କୁକୁଡା ଆପଣା ଶାବକମାନଙ୍କୁ ଆପଣା ପକ୍ଷରେ ସେମାନଙ୍କୁ ଘୋଡାଇବା ଦ୍ୱାରା ଅନିଷ୍ଟରୁ ରକ୍ଷା କରନ୍ତି। (ଦେଖନ୍ତୁ: ଉଦାହରଣ)

ତୁମ୍ଭମାନଙ୍କ ଘର ଛାଡ଼ିଦିଆଯାଉଅଛି

ଏହା ଏକ ଉଦାହରଣ ଅଟେ। ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ଈଶ୍ୱର ତୁମ୍ଭମାନଙ୍କ ଛାଡ଼ିଦେଇଅଛନ୍ତି” କିମ୍ବା ) “ତୁମ୍ଭମାନଙ୍କର ନଗର ଶୂନ୍ୟ ଅଛି” ଏହାର ଅର୍ଥ ଯାହା ଈଶ୍ୱର ଯିରୁଶାଲମର ଲୋକମାନଙ୍କୁ ସୁରକ୍ଷା ଦେବା ବନ୍ଦ କରିଛନ୍ତି, ତେଣୁ ଶତ୍ରୁମାନେ ସେମାନଙ୍କୁ ଆକ୍ରମଣ କରିପାରିବେ ଓ ସେମାନଙ୍କୁ ତଡିଦେବେ। ଏହା ଏକ ଭାବବାଣୀ ଅଟେ ଯାହା ଶୀଘ୍ର ହେବାକୁ ଯାଉଅଛି। ଏହା ଏହିପରି ଅନୁବାଦ କରାଯାଇପାରେs “ତୁମ୍ଭମାନଙ୍କ ଘର ଛାଡ଼ିଦିଆଯିବ” କିମ୍ବା “ଈଶ୍ୱର ତୁମ୍ଭମାନଙ୍କୁ ଛାଡିଦେବେ”। (ଦେଖନ୍ତୁ: ଭାବବାଦୀ, ଭାବବାଣୀ, ଭାବବାଣୀ କରିବା, ସ୍ୱପ୍ନ ଦର୍ଶକ)

ତୁମ୍ଭେମାନେ ନ କହିବା ପର୍ଯ୍ୟନ୍ତ ମୋତେ ନିଶ୍ଚୟ ଆଉ ଦେଖିବ ନାହିଁ

“ଯେଉଁ ସମୟରେ ତୁମ୍ଭେମାନେ କହିବା ସେହି ସମୟ ନ ଆସିବା ପର୍ଯ୍ୟନ୍ତ ମୋତେ ନିଶ୍ଚୟ ଆଉ ଦେଖିବ ନାହିଁ।” କିମ୍ବା “ପରବର୍ତ୍ତୀ ସମୟରେ ତୁମ୍ଭେମାନେ ମୋତେ ଦେଖିବ, ତୁମ୍ଭେମାନେ କହିବ”