Door43-Catalog_or_tn/LUK/13/01.md

3.7 KiB

ସେହି ସମୟରେ

ଏହି ବାକ୍ୟାଂଶ ଏହି ଘଟଣାକୁ ୧୨ ଅଧ୍ୟୟ ସମାପ୍ତରେ ସଂଯୁକ୍ତ କରେ ଯେତେବେଳେ ଯୀଶୁ ଲୋକସମୂହକୁ କହୁଥିଲେ।

ଯାହାର ରକ୍ତ ସେମାନଙ୍କ ବଳି ସହିତ ପିଲାତ ମିଶ୍ରିତ କରିଥିଲେ

ଏହା ଏକ ଅଳଙ୍କାର ଅଟେ ଯେଉଁଥିରେ ସେମାନଙ୍କ ରକ୍ତ ବଦଳରେ ସେମାନଙ୍କ ମୃତ୍ୟୁକୁ କହେ। ଏହା ଏହିପରି ଅନୁବାଦ କରାଯାଇପାରେ “ ପୀଲାତଙ୍କ ଦ୍ୱାରା ଯେଉଁମାନେ ବଧ କରାଯାଇଥିଲେ ସେମାନେ ଯେତେବେଳେ ଆପଣାର ବଳି ଉତ୍ସର୍ଗ କରୁଥିଲେ।” ସମ୍ଭବତଃ ପୀଲାତ ଏହି କାର୍ଯ୍ୟ ନିଜେ କରିବା ବଦଳରେ ଆପଣା ସୈନ୍ୟମାନଙ୍କୁ ଆଦେଶ ଦେଇଥିବେ। (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ ଏବଂ ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)

ଏହି ଗାଲିଲୀୟମାନେ ଅଧିକ ପାପୀ ବୋଲି କି ତୁମ୍ଭେମାନେ ମନେ କରୁଅଛ

“ଏହି ଗାଲିଲୀୟମାନେ କଅଣ ଅଧିକ ପାପୀ ଅଟନ୍ତି” କିମ୍ବା “ଏହା କଅଣ ପ୍ରମାଣ କରେ ଯେ ଏହି ଗାଲିଲୀୟମାନେ ଅଧିକ ପାପୀ ଅଟନ୍ତି?” ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ। ଏହା ଏକ ବକ୍ତବ୍ୟ ରୂପେ ଅନୁବାଦ କରାଯାଇପାରେ: “ଏହି ଗାଲିଲୀୟମାନେ ଅଧିକ ପାପୀ ବୋଲି ତୁମ୍ଭେମାନେ ମନେ କରୁଅଛ” କିମ୍ବା ଆଦେଶ ରୂପେ “ଏହି ଗାଲିଲୀୟମାନେ ଅଧିକ ପାପୀ ବୋଲି କି ତୁମ୍ଭେମାନେ ମନେ କରୁଅଛ” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ନା, ମୁଁ ତୁମ୍ଭମାନଙ୍କୁ କହୁଅଛି

ଯୀଶୁ କହିଲେ “ମୁଁ ତୁମ୍ଭମାନଙ୍କୁ କହୁଅଛି”ଏଠାରେ ଗୁରୁତ୍ୱ ଦେବା ନିମନ୍ତେ “ନା।” ଏହା ଏହିପରି ଅନୁବାଦ କରାଯାଇପାରେ “ନିଶ୍ଚିତ ଭାବରେ ନୁହେଁ!” ସମ୍ଭାବନା ଅର୍ଥ ଗୁଡ଼ିକ ହେଲା “ସେମାନେ ନିଶ୍ଚିତ ରୂପେ ପାପୀ ନୁହଁନ୍ତି” କିମ୍ବା “ସେମାନଙ୍କ ଦୁଃଖଭୋଗ ନିଶ୍ଚିତ ରୂପେ ଏହା ପ୍ରମାଣ କରେ ନାହିଁ।” ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭେ ଏହିପରି ମନେ କରିବା ଭୁଲ୍ ଅଟେ।”

ତୁମ୍ଭେମାନେ ସମସ୍ତେ ସେହିପ୍ରକାରେ ବିନଷ୍ଟ ହେବ

“ତୁମ୍ଭେମାନେ ସମସ୍ତେ ମଧ୍ୟ ମୃତ୍ୟୁବରଣ କରିବ” ଏହି ବାକ୍ୟାଂଶ “ସେହି ପ୍ରକାରେ” ଅର୍ଥ “ସମାନ ଫଳାଫଳରେ” ନୁହେଁ “ସେହି ସମାନ ପଦ୍ଧତିରେ”।

ବିନଷ୍ଟ

“ତୁମ୍ଭର ଜୀବନ ହରାଇବ” କିମ୍ବା “ମୃତ୍ୟୁବରଣ କରିବ”