Door43-Catalog_or_tn/LUK/11/43.md

1.6 KiB

(ଯୀଶୁ ଫାରୁଶୀମାନଙ୍କୁ କହି ଆସୁଅଛନ୍ତି।)

ପ୍ରଧାନ ଆସନ

“ଉତ୍ତମ ଆସନ”

ତୁମ୍ଭେମାନେ ଅଦୃଶ୍ୟ ସମାଧି ତୁଲ୍ୟ, ତାହା ଉପରେ ଗତାୟତକାରୀ ଲୋକମାନେ ତାହା ସମାଧି ବୋଲି ଜାଣନ୍ତି ନାହିଁ

ଏହା ଏକ ଉପମା ଅଟେ। ଫାରୁଶୀମାନେ ଅଚିହ୍ନିତ ସମାଧି ତୁଲ୍ୟ ଅଟନ୍ତି, କାରଣ ସେମାନେ ବିଧିବିଧାନ ଅନୁସାରେ ପରିଷ୍କାର ଦେଖାଯାଅନ୍ତି, କିନ୍ତୁ ସେମାନଙ୍କ କାରଣରୁ ସେମାନଙ୍କ ଚାରିଆଡେ ଥିବା ଲୋକମାନେ ଅପରିଷ୍କାର ହୁଅନ୍ତି। (ଦେଖନ୍ତୁ: ଉପମା)

ଅଦୃଶ୍ୟ ସମାଧି

ଏହି ସମାଧିଗୁଡ଼ିକ ଭୂମିରେ ଖୋଳାଯାଇଥିବା ଗର୍ତ୍ତ ଅଟେ ଯେଉଁଠାରେ ଏକ ମୃତ ଶରୀରକୁ ସମାଧି ଦିଆଯାଏ। ତାହାଠାରେ ଧଳା ପଥର ନ ଥିଲା ଯାହା ଲୋକମାନେ ସାଧାରଣତଃ ସମାଧି ଉପରେ ରଖନ୍ତି ଯେପରି ଅନ୍ୟମାନେ ତାହା ଦେଖି ପାରିବେ। ଯେତେବେଳେ ଲୋକମାନେ ସମାଧି ଉପରେ ଚାଲିବେ ସେମାନେ ବିଧିବିଧାନ ଅନୁସାରେ ଅପରିଷ୍କାର ହେବେ।