Door43-Catalog_or_tn/LUK/11/27.md

2.1 KiB

ଏହା ଘଟିଲା

ଏହି ବାକ୍ୟାଂଶ କାହାଣୀର ଏକ ମହତ୍ୱପୂର୍ଣ୍ଣକୁ ଘଟଣାକୁ ଚିହ୍ନିତ କରିବା ନିମନ୍ତେ ଏଠାରେ ବ୍ୟବହାର ହୋଇଛି। ଯଦି ଆପଣଙ୍କ ଭାଷାରେ ଏହିପରି କରିବା ନିମନ୍ତେ କୌଣସି ଶୈଳୀ ଥାଏ, ଆପଣମାନେ ଏଠାରେ ତାହା ବ୍ୟବହାର କରିବା ନିମନ୍ତେ ଚିନ୍ତା କରି ପାରନ୍ତି।

ଲୋକସମୂହ ମଧ୍ୟରୁ ଜଣେ ସ୍ତ୍ରୀଲୋକ ଉଚ୍ଚ ସ୍ୱରରେ କହିଲା

“ଲୋକସମୂହର କୋଳାହଳ ଶବ୍ଦରୁ ଉର୍ଦ୍ଧ୍ୱରେ ଉଚ୍ଚ ସ୍ୱରରେ କହିଲା”

ଧନ୍ୟ ସେହି ଗର୍ଭ, ଯାହା ତୁମ୍ଭକୁ ଧାରଣ କଲା ଓ ସେହି ସ୍ତନ, ଯହିଁରୁ ତୁମ୍ଭେ ପାନ କଲ

“ଏହା କିପରି ଉତ୍ତମ ସେହି ସ୍ତ୍ରୀ ନିମନ୍ତେ ଯିଏ ତୁମ୍ଭକୁ ଧାରଣ କଲା ଓ ଆପଣା ସ୍ତନରୁ ତୁମ୍ଭକୁ ପାନ କରାଇଲା” କିମ୍ବା “କିପରି ଆନନ୍ଦିତ ସେହି ସ୍ତ୍ରୀ ନିମନ୍ତେ ଯିଏ ତୁମ୍ଭକୁ ଧାରଣ କଲା ଓ ଆପଣା ସ୍ତନରୁ ତୁମ୍ଭକୁ ପାନ କରାଇ ଥିବ” ସ୍ତ୍ରୀ ଶରୀରର ଏକ ଅଂଶ ବ୍ୟବହାର କରାଯାଇଛି ସମ୍ପୂର୍ଣ୍ଣ ସ୍ତ୍ରୀକୁ ଦର୍ଶାଇବା ନିମନ୍ତେ। (ଦେଖନ୍ତୁ: ଉପଲକ୍ଷ ଅଳଙ୍କାର)।

ଧନ୍ୟ

ଏହା ଏହିପରି ଏଠାରେ ଅନୁବାଦ କରାଯାଇପାରେ “କିପରି ଆନନ୍ଦିତ” କିମ୍ବା “ଈଶ୍ୱରଙ୍କ ଦ୍ୱାରା ଆଶୀର୍ବାଦପ୍ରାପ୍ତ” (ୟୁଡିବୀ)।