Door43-Catalog_or_tn/LUK/11/18.md

4.1 KiB

(ଯୀଶୁ ଲୋକସମୂହକୁ ଦୁଷ୍ଟାତ୍ମା ବିଷୟରେ କହି ଆସୁଅଛନ୍ତି।)

ଆଉ ଶୟତାନ ମଧ୍ୟ ଯଦି ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ

“ଆଉ ଶୟତାନ ଓ ତାହାର ରାଜ୍ୟର ସଦସ୍ୟମାନେ ମଧ୍ୟ ଆପଣାମାନଙ୍କ ବିରୁଦ୍ଧରେ ଲଢେଇ କରନ୍ତି।”

ତାହାର ରାଜ୍ୟ କିପ୍ରକାରେ ସ୍ଥିର ହୋଇ ରହିବ

ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ। ଏହା ଏକ ବକ୍ତବ୍ୟ ରୂପେ ଅନୁବାଦ କରାଯାଇପାରେ: “ଶୟତାନର ରାଜ୍ୟ ସ୍ଥିର ହୋଇ ରହି ପାରିବ ନାହିଁ,” କିମ୍ବା “ଶୟତାନର ରାଜ୍ୟ ପଡିଯିବ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ମୁଁ ବାଆଲ୍‌ଜିବୁଲ୍ ସାହାଯ୍ୟରେ ଭୂତମାନଙ୍କୁ ଛଡାଏ ବୋଲି ତୁମ୍ଭେମାନେ ତ କହୁଅଛ

“ମୁଁ ବାଆଲ୍‌ଜିବୁଲ୍‌ର ଶକ୍ତି ସାହାଯ୍ୟରେ ଭୂତମାନଙ୍କୁ ଲୋକମାନଙ୍କ ଠାରୁ ବାହାର କରେ ବୋଲି ତୁମ୍ଭେମାନେ ତ କହୁଅଛ।” ତାହାଙ୍କ ତର୍କର ପରବର୍ତ୍ତୀ ଅଂଶ ସ୍ପଷ୍ଟ ଭାବରେ ବ୍ୟକ୍ତ କରେ: “ତାହାର ଅର୍ଥ ହୋଇପାରେ ଶୟତାନ ଆପଣା ବିରୁଦ୍ଧରେ ବିଭକ୍ତ ହୋଇଛି।” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)

ତେବେ ତୁମ୍ଭମାନଙ୍କ ପୁତ୍ରମାନେ କାହା ସାହାଯ୍ୟରେ ଭୂତମାନଙ୍କୁ ଛଡାନ୍ତି

“ତେବେ ତୁମ୍ଭମାନଙ୍କ ଅନୁସରଣକାରୀମାନେ କାହା ଶକ୍ତି ଦ୍ୱାରା ଲୋକମାନଙ୍କୁ ଛାଡିବା ନିମନ୍ତେ ଭୂତମାନଙ୍କୁ ବାଧ୍ୟ କରନ୍ତି।” ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ। ଏହା ଏହିପରି ଅନୁବାଦ କରାଯାଇପାରେ “ତେବେ ଆମ୍ଭେମାନେ ଏକମତ ଅଟୁ ଯେ ତୁମ୍ଭମାନଙ୍କ ଅନୁସରଣକାରୀମାନେ ମଧ୍ୟ ବାଆଲ୍‌ଜିବୁଲ୍‌ର ଶକ୍ତି ସାହାଯ୍ୟରେ ଭୂତମାନଙ୍କୁ ଛଡାନ୍ତି।” ସେହି ବକ୍ତବ୍ୟର ଅସ୍ପଷ୍ଟ ମାନ ନିର୍ଦ୍ଧାରଣକୁ ସ୍ପଷ୍ଟ କରାଯାଇପାରେ: “କିନ୍ତୁ ଆମ୍ଭେମାନେ ଜାଣୁ ଯେ ତାହା ସତ୍ୟ ନୁହେଁ।”

ସେମାନେ ହିଁ ତୁମ୍ଭମାନଙ୍କର ବିଚାରକର୍ତ୍ତା ହେବେ

“ତୁମ୍ଭମାନଙ୍କର ଯେଉଁ ଅନୁସରଣକାରୀମାନେ ଈଶ୍ୱରଙ୍କ ଶକ୍ତି ସାହାଯ୍ୟରେ ଭୂତମାନଙ୍କୁ ଛଡାନ୍ତି ଏହା କହିବା ଦ୍ୱାରା ଯେ, ମୁଁ ବାଆଲ୍‌ଜିବୁଲ୍‌ର ଶକ୍ତି ସାହାଯ୍ୟରେ ଭୂତମାନଙ୍କୁ ଛଡାଏ, ତୁମ୍ଭମାନଙ୍କର ବିଚାର କରିବେ।”

ଈଶ୍ୱରଙ୍କ ପରାକ୍ରମ ଦ୍ୱାରା

ଏହି “ଈଶ୍ୱରଙ୍କ ପରାକ୍ରମ” ଈଶ୍ୱରଙ୍କ ଶକ୍ତିକୁ ଦର୍ଶାଏ। (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ତେବେ ତ ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲାଣି

“ଏହା ଦର୍ଶାଏ ଯେ, ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟରେ ଆସିଅଛି”