Door43-Catalog_or_tn/LUK/11/11.md

4.1 KiB

(ପ୍ରାର୍ଥନା ବିଷୟରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ ଶିକ୍ଷା ଦେଇ ଆସୁଅଛନ୍ତି।)

ଯୀଶୁ ସମାନ ଅର୍ଥର ତିନୋଟି ପ୍ରଭାବିତ ପ୍ରଶ୍ନ ପଚାରିଲେ: ଯେପରି ପିତାମାନେ ଆପଣା ସନ୍ତାନମାନଙ୍କୁ ଉତ୍ତମ ଦାନ ଦିଅନ୍ତି ଯେଉଁମାନେ ତାହା ମାଗନ୍ତି, ସେହିପରି ଈଶ୍ୱର ଆମ୍ଭମାନଙ୍କୁ ଉତ୍ତମ ଦାନ ଦିଅନ୍ତି ଯେତେବେଳେ ଆମ୍ଭେମାନେ ତାହାଙ୍କୁ ମାଗୁ।

(ଦେଖନ୍ତୁ ପ୍ରଭାବିତ ପ୍ରଶ୍ନ).

ଆଉ ତୁମ୍ଭମାନଙ୍କ ମଧ୍ୟରେ ଏପରି … ତାହା ବଦଳରେ ତାହାକୁ ପଥର ଦେବ

ଏହା ଏହିପରି ଅନୁବାଦ କରାଯାଇପାରେ “ଯଦି ତୁମ୍ଭମାନଙ୍କ ପୁଅ ତୁମ୍ଭମାନଙ୍କୁ ରୋଟୀ ମାଗେ , ତାହା ବଦଳରେ ତୁମ୍ଭେମାନେ କି ତାହାକୁ ପଥର ଦେବ?” କିମ୍ବା “ଯଦି ତୁମ୍ଭର ପୁଅମାନେ ତୁମ୍ଭକୁ ଖାଇବାକୁ ଏକ ରୋଟୀ ନିମନ୍ତେ ନିବେଦନ କରନ୍ତି, ତୁମ୍ଭେମାନେ ନିଶ୍ଚିତ ଭାବରେ ତାହା ବଦଳରେ ତାହାକୁ ପଥର ଦେବ ନାହିଁ”

ପାଉଁରୋଟୀ

“ରୋଟୀ” କିମ୍ବା “ପାଉଁରୋଟୀ ରୋଲ୍” ଯଦି ଆପଣଙ୍କ ଲୋକମାନେ ସାଧାରଣ ଭାବରେ ରୋଟୀ ଖାଆନ୍ତି ନାହିଁ, ତୁମ୍ଭେମାନେ ଏହାକୁ ଏହିପରି ଅନୁବାଦ କରିପାର “ରନ୍ଧା ଖାଦ୍ୟର ଅଂଶ” କିମ୍ବା “ପରିବା”। ଯୀଶୁ ଏକ ସମ୍ଭାବନା ପରିସ୍ଥିତିର ଆଭାସ ଦେଲେ ; ସେ ଏକ ନିର୍ଦ୍ଧିଷ୍ଟ ଭାବରେ ରୋଟୀ ବିଷୟରେ କହୁ ନ ଥିଲେ (ଦେଖନ୍ତୁ: ଆନୁମାନିକ ପରିସ୍ଥିତି)

କିମ୍ବା ମାଛ ବଦଳରେ, ସାପ ଦେବ?

“କିମ୍ବା ଯଦି ସେ ମାଛ ନିମନ୍ତେ କହେ, ତାହା ବଦଳରେ ତୁମ୍ଭେମାନେ କଅଣ ତାହାକୁ ସାପ ଦେବ?”

ବିଛା

ଏକ ବିଛା ହେଉଛି ଏକ ବୁଢିଆଣି ସଦୃଶ୍ୟ ଅଟେ, କିନ୍ତୁ ଏହାର ବିଷାକ୍ତ ନାହୁଡ଼ ସହିତ ଏକ ଲାଙ୍ଗୁଳ ଥାଏ। ଯେଉଁଠାରେ ତୁମ୍ଭେ ରୁହ ସେଠାରେ ଯଦି ବିଛା ଅଜଣା ଥାଏ, ତୁମ୍ଭେ ଏହାକୁ ଏହିପରି ଅନୁବାଦ କରିପାର “ବିଷାକ୍ତ ବୁଢିଆଣି” କିମ୍ବା “ନାହୁଡ଼ ଥିବା ବୁଢିଆଣି”।

ଏଣୁ ଯଦି ତୁମ୍ଭେମାନେ ଦୁଷ୍ଟ ହେଲେ ସୁଦ୍ଧା

“ଯେହେତୁ ତୁମ୍ଭେମାନେ ଦୁଷ୍ଟ ହେଲେ ସୁଦ୍ଧା” କିମ୍ବା “ତୁମ୍ଭେମାନେ ପାପମୟ,ତଥାପି”।

ତୁମ୍ଭର ପିତା ଯେ ସ୍ୱର୍ଗରୁ କେତେ ଅଧିକ ରୂପେ ପବିତ୍ରଆତ୍ମା ଦେବେ

“ତୁମ୍ଭର ପିତା ଯେ ସ୍ୱର୍ଗରୁ କେତେ ଅଧିକ ନିଶ୍ଚିତ ରୂପେ ପବିତ୍ରଆତ୍ମା ଦେବେ”। ଏହି ପ୍ରଭାବିତ ପ୍ରଶ୍ନ ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭର ପିତା ସ୍ୱର୍ଗରୁ ତୁମ୍ଭକୁ ପବିତ୍ରଆତ୍ମା ଦେବେ ଏହା ତୁମ୍ଭେ ନିଶ୍ଚିତ ହୋଇପାର।”