Door43-Catalog_or_tn/LUK/11/05.md

3.8 KiB

(ପ୍ରାର୍ଥନା ବିଷୟରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ ଶିକ୍ଷା ଦେଇ ଆସୁଅଛନ୍ତି।)

ତୁମ୍ଭମାନଙ୍କର କାହାରି ଏପରି ଅଛି କି

ଏହା ଏହିପରି ଅନୁବାଦ କରାଯାଇପାରେ “ମନେକର ତୁମ୍ଭମାନଙ୍କ ମଧ୍ୟରୁ ଜଣକର ଅଛି” କିମ୍ବା “ମନେକର ତୁମ୍ଭମାନଙ୍କର ଅଛି।” ଲୋକମାନେ ବିଚାର କରି ଜାଣନ୍ତୁ ବୋଲି ଯୀଶୁ ଏହି ପ୍ରଭାବିତ ପ୍ରଶ୍ନକୁ ବ୍ୟବହାର କରନ୍ତି ଯେ କଅଣ ହେବ ଯଦି ସେମାନେ ଏହିପରି ପରିସ୍ଥିତିରେ ଥିଲେ। (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ମୋତେ ତିନୋଟି ରୋଟୀ ଉଧାର ଦିଅ

“ତିନୋଟି ରୋଟୀ ମୋତେ ଉଧାର ଦିଅ।” କିମ୍ବା “ତିନୋଟି ରୋଟୀ ମୋତେ ଦିଅ ଆଉ ପରେ ମୁଁ ତୁମ୍ଭକୁ ପଇଠ କରିବି।” ଏହି ପରିଚାରକ ନିକଟରେ ଆପଣା ଅତିଥିକୁ ପରିବେଷଣ କରିବା ନିମନ୍ତେ କିଛି ଖାଦ୍ୟ ନ ଥିଲା।

ତିନୋଟି ରୋଟୀ

ଯଦି ଆପଣଙ୍କ ଲୋକମାନେ ଆଶ୍ଚର୍ଯ୍ୟ ହୁଅନ୍ତି କାହିଁକି ଜଣେ ରୋଟୀ ମାଗୁଅଛି, ଆପଣମାନେ ଏକ ଗୋଷ୍ଠୀ ସମ୍ବନ୍ଧୀୟ ପଦ ବ୍ୟବହାର କରି ପାରନ୍ତି ଯେପରି “ରନ୍ଧା ଖାଦ୍ୟ” କିମ୍ବା “ପ୍ରସ୍ତୁତ କରାଯାଇଥିବା ଖାଦ୍ୟ।”

ପଥିକ ବନ୍ଧୁ ମୋ' ନିକଟକୁ ଆସିଅଛନ୍ତି

ଏହା ଏହିପରି ଅନୁବାଦ କରାଯାଇପାରେ “ଯାତ୍ରା କଲା ଓ ମୋହର ଗୃହକୁ ଆସିଲା।”

ତାହାଙ୍କୁ ପରିବେଷଣ କରିବା ପାଇଁ କିଛି

“ତାହାଙ୍କୁ ଦେବା ପାଇଁ କୌଣସି ଖାଦ୍ୟ ପ୍ରସ୍ତୁତ”

ମୁଁ ଉଠି ପାରିବି ନାହିଁ

“ଉଠିବାକୁ ମୋ' ନିମନ୍ତେ ଉପଯୁକ୍ତ ହେବ ନାହିଁ”

ମୁଁ ତୁମ୍ଭମାନଙ୍କୁ କହୁଅଛି

ଯୀଶୁ ଶିଷ୍ୟମାନଙ୍କୁ କହୁଥିଲେ, ତେଣୁ ଏହି ଶବ୍ଦ “ତୁମ୍ଭମାନଙ୍କୁ” ବହୁ ବଚନ ଅଟେ। (ଦେଖନ୍ତୁ: ତୁମ୍ଭମାନଙ୍କ ର ପ୍ରକାର)

ସେ ଯଦ୍ୟପି ତାହାର ବନ୍ଧୁ ହେବାରୁ ଉଠି ଦେବ

ଯୀଶୁ ଶିଷ୍ୟମାନଙ୍କୁ ସମ୍ବୋଧନ କରୁଥିଲେ ଯେପରି ସେମାନେ ରୋଟୀ ମାଗୁଥିଲେ। ଏହା ଯଦି ଆପଣଙ୍କ ଶ୍ରୋତାଗଣକୁ ଅସ୍ପଷ୍ଟ କରେ, ଏହା ଏହିପରି ଅନୁବାଦ କରାଯାଇପାରେ “ତାହାକୁ ରୋଟୀ ଦେଲା କାରଣ ସେ ତାହାର ବନ୍ଧୁ ଅଟେ।”

ଲଜ୍ଜାହୀନ ଅବିରତ ଚେଷ୍ଟା

ଏହା ସେହି ସତ୍ୟକୁ ଦର୍ଶାଏ ଯାହା ଏକ ବ୍ୟକ୍ତି ଆପଣା ନିମନ୍ତେ ରୋଟୀ ପାଇବାକୁ ମଧ୍ୟରାତ୍ରୀରେ ଆପଣା ବନ୍ଧୁକୁ ଉଠାଇବା ଅନୁପଯୁକ୍ତ ଅଟେ ସେହି ସତ୍ୟକୁ ଉପେକ୍ଷା କରି ରୋଟୀ ମାଗୁଅଛି।