Door43-Catalog_or_tn/LUK/10/38.md

1.8 KiB

ବର୍ତ୍ତମାନ ସେମାନେ ଯାତ୍ରା କରୁଥିବା ସମୟରେ

“ବର୍ତ୍ତମାନ ଯୀଶୁ ଅ ତାହାଙ୍କ ଶିଷ୍ୟମାନେ ଯାତ୍ରା କରୁଥିବା ସମୟରେ।” ଯେହେତୁ ଏହା କାହାଣୀର ଏକ ନୂତନ ଅଂଶ ଅଟେ, କେତେକ ଭାଷାରେ ଏହା ଅଧିକ ସ୍ୱାଭାବିକ ହେବ ଏହା କହିବା ନିମନ୍ତେ କିଏ “ସେମାନେ” ଥିଲେ। ଆପଣଙ୍କ ଭାଷାରେ ହୁଏତ କାହାଣୀର ଏକ ନୂତନ ଅଂଶକୁ ଈଙ୍ଗିତ କରିବା ନିମନ୍ତେ କୌଣସି ଶୈଳୀ ଥାଇପାରେ।

ଗୋଟିଏ ଗ୍ରାମରେ

ଏହା ଏକ ନୂତନ ସ୍ଥାନ ରୂପେ ଏକ ଗ୍ରାମର ପରିଚୟ କରାଏ। କିନ୍ତୁ ଏହାର ନାମ ନାହିଁ।

ମାର୍ଥା ନାମ୍ନୀ ଜଣେ ସ୍ତ୍ରୀଲୋକ

ଏହା ଏକ ନୂତନ ଚରିତ୍ର ରୂପେ ମାର୍ଥାକୁ ପରିଚୟ କରାଏ। ଆପଣଙ୍କ ଭାଷାରେ ନୂତନ ବ୍ୟକ୍ତିର ପରିଚୟ କରିବାର ଶୈଳୀ ଥାଇପାରେ।

ପ୍ରଭୁଙ୍କ ପାଦ ତଳେ ବସିଥିଲା

ଏହା ଏହିପରି ଅନୁବାଦ କରାଯାଇପାରେ “ଭୂମିରେ ବସିଥିଲା ଓ ପ୍ରଭୁଙ୍କ ଶିକ୍ଷା ଶୁଣୁଥିଲା।” ସେହି ଦିନରେ ଶିଖୁଥିବା ବ୍ୟକ୍ତି ନିମନ୍ତେ ଏହା ଏକ ସମ୍ମାନ ପ୍ରଦର୍ଶକ ଅବସ୍ଥିତି ଥିଲା।